Below header

ଖୁଲମଖୁଲା ପ୍ରେମ ସମ୍ପର୍କ ସ୍ୱୀକାର କଲେ ଭଲ୍ଲାଲଦେବ, ସେୟାର କଲେ କ୍ୟୁଟ୍‌ ଫଟୋ

ତେଲୁଗୁ ସୁପରଷ୍ଟାର ରାଣା ଦଗୁବତୀ ନିଜର ପ୍ରେମ ସମ୍ପର୍କକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବାହୁବଲୀ ଫିଲ୍ମରେ ଭଲ୍ଲାଲଦେବ ଭୂମିକା କରି ପରିଚୟ ହାସଲ କରିଥିବା ରାଣା ଟ୍ବିଟ୍ଟର ଜରିଆରେ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ତେବେ କୌଣସି ଅଭିନେତ୍ରୀଙ୍କୁ ନୁହେଁ ବରଂ ଜଣେ ବ୍ୟବସାୟୀଙ୍କୁ ନିଜର ଜୀବନସାଥୀ ଭାବରେ ବାଛିଛନ୍ତି ରାଣା ।

ମିହିକା ବଜାଜ ନାମକ ଏହି ମହିଳା ଜଣକ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ପ୍ରତିଷ୍ଠାତା । ସି ସେଡ୍ ୟେସ୍ ବୋଲି କ୍ୟାପ୍ସନ୍ ସହିତ ମିହିକା ଏବଂ ନିଜର ଫଟୋ ପୋଷ୍ଟ କରିଛନ୍ତି ରାଣା । ରାଣାଙ୍କ ପୋଷ୍ଟ ପରେ ଅନେକ ଅଭିନେତ୍ରୀ ତାଙ୍କୁ ବଧାଇ ଜଣାଇଛନ୍ତି । ଏପରିକି ରାଣାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତ୍ରିସା ମଧ୍ୟ ରାଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲକ୍ଡାଉନ୍ ପରେ ଉଭୟଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ରାଣାଙ୍କ ଅଭିନୀତ ଦ୍ବିଭାଷୀ ଫିଲ୍ମ ହାତୀ ମେରା ସାଥୀର ରିଲିଜ୍ ଲକ୍ଡାଉନ୍ କାରଣରୁ ଅଟକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.