ଫ୍ରିଜ୍‌ରେ ରଖୁଥିବା ଖାଦ୍ୟ କେତେ ସୁରକ୍ଷିତ, ଜାଣନ୍ତୁ କ’ଣ କହିଲା WHO

ବର୍ତ୍ତମାନ ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏହି ସମୟରେ ଲୋକେ ଅନ୍ୟ କାମ ବ୍ୟତୀତ ଖାଦ୍ୟପେୟକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଣୁ ଭଳିଭଳିକା ଖାଦ୍ୟ ପ୍ରସ୍ତୁତ କରି ଖାଇବା ସହ ଫ୍ରିଜ୍‌ରେ ଭରି ରଖୁଛନ୍ତି। ତେବେ ଫ୍ରିଜ୍‌ରେ ରଖାଯାଉଥିବା ଖାଦ୍ୟ କେତେ ସୁରକ୍ଷିତ ସେ ନେଇ ଡବ୍ଲ୍ୟୁଏଚ୍‌ଓ ତରଫରୁ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

Coronavirus remains alive in deep freezer for 28 days Jagran Special

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଇଡ୍‌ଲାଇନ୍‌ ଜାରି କରି ସୂଚନା ଦେଇଛି ଯେ ଯେତିକି ଖାଉଛନ୍ତି ସେତିକି ଖାଦ୍ୟ ହିଁ ତିଆରି କରନ୍ତୁ। ଫ୍ରିଜ୍‌ରେ ରଖି ଖିଆଯାଉଥିବା ଖାଦ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଯଦି ଫ୍ରିଜ୍‌ରେ ଖାଦ୍ୟ ରଖୁଛନ୍ତି ତେବେ ଏହାକୁ ୫ ଡିଗ୍ରୀ କମ୍‌ ସେଲ୍‌ସିୟସ୍‌ରେ ରଖନ୍ତୁ। ଏହା ଦ୍ୱାରା ଖାଦ୍ୟରେ ଥିବା ସୂକ୍ଷ୍ମ ବ୍ୟାକ୍ଟେରିଆଙ୍କ ବିକାଶ ଅଟକିଯାଏ କିମ୍ବା ପୂରା କମ୍‌ ହୋଇଯାଏ।

Trump says World Health Organization 'really blew it' on ...

ଫ୍ରିଜ୍‌ରେ ରଖୁଥିବା ଖାଦ୍ୟକୁ ସବୁବେଳେ ଅଧିକ ଆଞ୍ଚରେ ଗରମ କରିବା ପରେ ହିଁ ଖାଆନ୍ତୁ। ୬୦ ଡିଗ୍ରୀ ସେଲ୍‌ସିୟସ୍‌ରେ ଖାଦ୍ୟ ଗରମ କଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯାଆନ୍ତି। ଫଳରେ ଏହା ଜୀବାଣୁମୁକ୍ତ ହୋଇଯାଏ। ଫ୍ରିଜ୍‌ରୁ ସିଧାସଳଖ କାଢ଼ି ଖାଦ୍ୟ ଖାଉଥିଲେ ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଭିତରୁ ପ୍ରବେଶ କରିବା ସମ୍ଭାବନା ରହିଛି। ଯାହା ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ କମ୍‌ କରିଥାଏ। ଏହା ଦ୍ୱାରା କରୋନା ସଂକ୍ରମିତ ହେବାର ସମ୍ଭାବନା ବଢ଼ିଯାଏ। ଏଣୁ ବର୍ତ୍ତମାନ ସ୍ଥିତିରେ ଯେତେ ପାରୁଛନ୍ତି ସେତେ କମ୍‌ ଖାଦ୍ୟ ଫ୍ରିଜ୍‌ରେ ରଖନ୍ତୁ ଓ ଖାଇବା ପୂର୍ବରୁ ଉଚ୍ଚ ତାପମାତ୍ରାରେ ଗରମ କରିବା ପରେ ହିଁ ଭୋଜନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.