Below header

ଜିଙ୍କ ଓ ଗରମ ପାଣି ଦ୍ୱାରା ୭ କରୋନା ରୋଗୀଙ୍କୁ ସୁସ୍ଥ କଲେ ମାଙ୍ଗାଲୋରର ଜଣେ ଡାକ୍ତର ! ପଢ଼ନ୍ତୁ ଏହି ରିପୋର୍ଟ

ଜିଙ୍କ ଓ ଗରମ ପାଣି ବ୍ୟବହାର କରି କରୋନା ଭାଇରସକୁ ରୋକାଯାଇପାରିବ। ଏବେ ମାଙ୍ଗାଲୋରର ଜଣେ ଡାକ୍ତର ଏହା ଦାବି କରିଛନ୍ତି। ଡାକ୍ତରଙ୍କ କହିବା ମୁତାବକ, ଶରୀରରେ ଜିଙ୍କର ମାତ୍ରା ଠିକ ଥିଲେ, କୌଣସି ସଂକ୍ରମଣ କି ଭାଇରସ ଶରୀରରେ ପ୍ରଭାବ ପକାଇ ପାରିବ ନାହିଁ। ସେ ଦାବି କରିଛନ୍ତି ଯେ ଜିଙ୍କ ଓ ଗରମ ପାଣି ଦ୍ୱାରା ସେ 7 କରୋନା ରୋଗୀଙ୍କର ଚିକିତ୍ସା କରିସାରିଲେଣି ଏବଂ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

33

ଏକ ଗଣମାଧ୍ୟମର ଖବର ଅନୁସାରେ, ମାଙ୍ଗାଲୋରର ଏ.ଜେ. ମେଡିକାଲ କଲେଜରେ ହେଡ ଆଣ୍ଡ ନେକ ସର୍ଜରୀ ପ୍ରଫେସର ଡା. ପିପି ଦେବନଙ୍କ କହିବା ହେଲା, କରୋନା ସାଧାରଣ ଭାଇରସ ଭଳି। କିନ୍ତୁ ଏହାର ଶକ୍ତି ଅନ୍ୟ ଭାଇରସ ତୁଳନାରେ ଅଧିକ। ଯଦି ଆପଣ ଖାଦ୍ୟରେ ତରଭୁଜ, ଅମୃତଭଣ୍ଡା ମଞ୍ଜି ସାମିଲ କରିବେ କିମ୍ବା ଅଖରୋଟ ଓ ସପୁରୀକୁ ସାମିଲ କରିବେ, ତେବେ କରୋନା ଠାରୁ ନିଜକୁ ବଞ୍ଚେଇ ରଖିପାରିବେ। ଶରୀରରେ ଜିଙ୍କର ମାତ୍ରା ବଢ଼ାଉଥିବା ଔଷଧ ଖାଇବା ଦ୍ୱାରା ବି କରୋନାକୁ ରୋକାଯାଇପାରିବ।

ଡା. ଦେବନ ଆହୁରି କହିଥିଲେ ଯେ ଯଦି ଆପଣ ଗଳାରେ କୌଣସି ପ୍ରକାର କୁଣ୍ଡେଇ ହେବାର ଅନୁଭବ କରୁଛନ୍ତି କିମ୍ବା ଥକ୍କା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଗରମ ପାଣି ପିଇବା ଆରମ୍ଭ କରନ୍ତୁ। ପାଣିକୁ ସେତିକି ଗରମ କରିବା ଦରକାର, ଯେପରି ଶରୀରର ତାପମାତ୍ରା 1ରୁ 2 ଡିଗ୍ରୀ ପର୍ଯ୍ୟନ୍ତ ବଢିଯିବ ଏବଂ ଶରୀରରୁ ଝାଳ ବାହାରିବ।

5

କେବଳ ଏତିକି ନୁହେଁ, ଅମୃତଭଣ୍ଡା ଓ ତରଭୁଜ ମଞ୍ଜିର ପାଉଡରକୁ ଭାତ ସହିତ ଖାଇବା ଦ୍ୱାରା ବି ବେଶ ଲାଭ ମିଳିପାରିବ। ଦୁଇଟି ଅଖରୋଟ, କିଛି ଡାର୍କ ଚକୋଲେଟ ଏବଂ ସପୁରୀ ଖାଇଲେ ବି ଶରୀରରେ ଜିଙ୍କର ମାତ୍ରା ବଢିଥାଏ। ଏହାଛଡା ଡାକ୍ତରଙ୍କ ପରାମର୍ଶରେ ଜିଙ୍କ ଏବଂ ଆଇରନ ବଟିକା ମଧ୍ୟ ନିଆଯାଇପାରିବ। ଆମ ଶରୀରରେ ଦୈନିକ 40 ଏମଜି ଜିଙ୍କର ଆବଶ୍ୟକତା ରହିଛି । ଦକ୍ଷିଣ ଭାରତରେ ରସମ ପିଆଯାଇଥାଏ, ଯେଉଁଥିରେ ଭରପୂର ମାତ୍ରାରେ ଜିଙ୍କ ମହଜୁଦ ଥାଏ। ଲଞ୍ଚ କିମ୍ବା ଡିନରରେ ଫଳ ସେବନ କଲେ, ଏହାର ମାତ୍ରା ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.