ଲକଡାଉନରେ ଭୁବନେଶ୍ବରରେ ଜମୁଛି ଚୋରା ମଦ ବ୍ୟବସାୟ, କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନା ଜବତ କଲା ୩୨ ଲିଟର ମଦ, ୨ ଗିରଫ

କେନ୍ୟୁଜ୍ (ବ୍ୟୁରୋ): ଲକଡାଉନରେ ବେଶ୍ ଜମୁଛି ଚୋରା ମଦ ବ୍ୟବସାୟ। ସକ୍ରୀୟ ହୋଇ ଉଠିଛନ୍ତି  କିଛି ଚୋରା ମଦ ବେପାରୀ। ଗତକାଲି କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନାର ଅଧିକାରୀ  ମିଳତ ଭାବେ  ଚଢାଉ କରି ୪୮ ବୋତଲ  ବିୟର, ୨ ବୋତଲ  ହ୍ବିସ୍କି,(ମୋଟ ୩୨.୭ ଲିଟର) ଓ ନଗଦ ୫୦୭୦ ଟଙ୍କା ଜବତ କରିଛନ୍ତି। ଏହା ସହିତ ୨ ଟି ବାଇକ ଓ  ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କେସ୍ ରେଜିଷ୍ଟ୍ରେସନ କରିଛି କିମିଶନରେଟ ପୋଲିସ।

ସେପଟେ  ପୁଣି ଖୁସି ଖବର ଦେଲା  ସ୍ବାସ୍ଥ୍ୟ  ବିଭାଗ। ଏକାଥରକେ  ରାଜ୍ୟର ୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ଗଂଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨-୨ ଓ କୋରାପୁଟ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି ।

କେବଳ ଗଂଜାମ ଜିଲ୍ଲାରୁ  ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପ୍ରଥମ ଥର ପାଇଁ ଏହି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି  ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨୦୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ ମୋଟ ୯୦ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୨୦ ଜଣ ସୁସ୍ଥ ହୋଇଛନ୍ତି । ଆହୁରି ୭୦ ଜଣ ଚିକିତ୍ସାଧୀନ ଅଛନ୍ତି ।

ସେହିଭଳି  ଭଦ୍ରକରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ସଂଖ୍ୟା ୧୯ରେ ପହଞ୍ଚିଛି । ଜିଲ୍ଲାରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି ।  ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଆଜି ୨ ଜଣ ଭଲ ହେବା ପରେ ସୁସ୍ଥ ହୋଇଥିବା ସଂଖ୍ୟା ୧୨ରେ ପହଞ୍ଚିଛି । ଏବେ ଜିଲ୍ଲାରେ ଆହୁରି ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କୋରାପୁଟରେ ଏକମାତ୍ର କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏଥି ସହିତ କୋରାପୁଟ ଜିଲ୍ଲା କରୋନା ମୁକ୍ତ ହୋଇଛି । କେନ୍ଦୁଝର ଜିଲ୍ଲାରେ ଜଣେ ମାତ୍ର ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଆହୁରି ୩ ଜଣଙ୍କ ଚିକିତ୍ସା ଲାଗି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.