ଅଧା ରହିଗଲା ଘର ବହୁଡା, ଘରକୁ ଫେରି ନପାରି ହତାଶା ହୋଇ ହରିଆଣାରେ ଜୀବନ ହାରିଲେ ଓଡିଆ ଶ୍ରମିକ

କେନ୍ୟୁଜ୍ (ବ୍ୟୁରୋ): କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ଭାରତ ବର୍ଷ ଲକଡାଉନ। ଟ୍ରେନ, ବସ୍‌, ବିମାନ ସବୁକିଛି ବନ୍ଦ। ଏହାସହିତ ରୋଜଗାର ମଧ୍ୟ ବନ୍ଦ। ଏହି କାରଣରୁ ଶ୍ରମିକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ପଳାୟନ କରୁଛନ୍ତି। କିଏ ପାଦରେ ଚାଲିଚାଲି ଶହ ଶହ କିଲୋମିଟର ଯାତ୍ରା କଲାଣି ତ ଆଉ କିଏ ଚାଲି ଚାଲି ଅଧାବାଟରେ ମରିଯାଉଛି। ଲକଡାଉନ ଯୋଗୁଁ ବହୁତ ହଇରାଣ ହେଉଛନ୍ତି ପ୍ରବାସୀ ଶ୍ରମିକ। ଏଥିପାଇଁ ଘରକୁ ନ ଫେରିପାରି ଜୀବନ ହରାଇଛନ୍ତି ଜଣେ ଶ୍ରମିକ।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁର ଯୁବକଙ୍କ ନାମ ଗଙ୍ଗାଧର ବିଶ୍ୱାଳ । ସେ ହରିଆଣାର ଯମୁନାବିହାର ଅଂଚଳରେ ରହି ନିର୍ମାଣ ଶ୍ରମିକ ଏକ ପ୍ଲାଏଉଡ଼ କମ୍ପାନୀରେ କାମ କରୁଥିଲେ । ଲକଡାଉନ ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା। ହେଲେ ଘରକୁ ଫେରିବା ପାଇଁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ। ଘରକୁ ଆସିବା ପାଇଁ ବହୁ ଉଦ୍ୟମ କରିଥିଲେ । କିନ୍ତୁ ପ୍ରାୟ ୨ ହଜାର କିଲୋମିଟର ଦୂରରୁ ଓଡ଼ିଶା ଫେରିବା ଗଙ୍ଗାଧର ବିଶ୍ୱାଳଙ୍କ ପାଖରେ ଉପାୟ ନ ଥିଲା ।

 ୨ଦିନ ତଳେ ସାଙ୍ଗ ମାନଙ୍କ ସହ ମିଶି ଘରକୁ ଫେରିବା ଏକ ଭିଡିଓ ମାଧ୍ୟମରେ ନିବେଦନ କରିଥିଲେ। ଭିଡିଓରେ କହିଥିଲେ କି ଆମ ପାଖରେ ଯାହା ଟଙ୍କା ପଇସା ଥିଲା ସବୁ ସାରିଗଲାଣି। ଆଉ ଆମେ ମାନେ ଭୋକ ଉପାସରେ ରହିଛୁ। ଆମ କଥା ସରକାର ନବୁଝିଲେ ଆମେ ଆତ୍ମହତ୍ୟା କରିବୁ।ହେଲେ ଗତ କାଲି ଏକ ରୁମରେ ସାଙ୍ଗ ମାନଙ୍କ ସହ ସୋଇଥିଲେ। ବିଳମ୍ବିତ ରାତିରେ ଉଠିଯାଇ ରୁମ ପାଖରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.