Below header

ଘରେ ହିଁ ବନାନ୍ତୁ ଥଣ୍ଡା ଥଣ୍ଡା “ମ୍ୟାଙ୍ଗୋ କୁଲଫି”, ବଜାରର ସ୍ୱାଦକୁ ବି ଭୁଲି ଯିବେ

ଗରମ ଦିନ ଆସିଲେ କିଛି ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଇଛା ହୁଏ । ଆଉ ସେଥିପାଇଁ ଆମେ ଆଇସକ୍ରିମ, କୋଲଡ ଡ୍ରିଂକ୍ସ, ଲସି ଆଦି ବଜାରରୁ କିଣି ପିଇଥାଉ ଓ ଖାଇଥାଉ । କିନ୍ତୁ ଏବେ ତ ଲକ ଡାଉନ ସମୟ । କରୋନା ଯୋଗୁଁ ଦେଶର ଅଧିକାଂଶ ରାଜ୍ୟରେ ଲାଗୁ ହୋଇ ସାରିଲାଣି । ଏକ ନିର୍ଦ୍ଧିଷ୍ଟ ସମୟ ପରେ ବଜାର, ହାଟ ସବୁ ବନ୍ଦ ହେଇଯାଉଛି । ତେଣୁ ସହଜରେ, ସମୟାନୁଯାୟୀ ମନ ମୁତାବକ ଜିନିଷ ମିଳିପାରୁନାହିଁ । ତେଣୁ ଏମିତି ଏକ ସମୟରେ ଆପଣ ଘରେ ବି ସ୍ୱାଦୁଷ୍ଟ, ଥଣ୍ଡା ଥଣ୍ଡା କୁଲଫି କରି ଏହାର ମଜା ନେଇପାରିବେ ।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:

ଅଧା ଲିଟର ବହଳିଆ କ୍ଷୀର

ଦୁଇ ରୁ ତିନିଟି ପାଚିଲା ଆମ୍ବ

ଡ୍ରାଏ ଫ୍ରୁଟସ- କାଜୁ, ବାଦାମ, ଟୁଟି-ଫ୍ରୁଟି, କୁଲଫି ମୋଲଡ

mango coolfi

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ କ୍ଷୀର, କ୍ରିମ, ଆମ୍ବ ଆଦିକୁ ମିଶାଇ ନିଅନ୍ତୁ ।

-ଏହା ପରେ ବଲେଣ୍ଡର ନଟ୍ସ ଗୁଡିକ ମିଶାଇ ହାଲ୍କା ଭାବେ ପେଷି ଦିଅନ୍ତୁ ।

-ଏବେ ଏହି ମିକ୍ଚରକୁ କୁଲଫି ସେଟରେ ରଖି କମ ଟେମ୍ପରେଚର ଦେଇ ରେଫରୀଜିରେଟରରେ ରଖି ଦିଅନ୍ତୁ ।

-ପରେ ପରଷିବା ସମୟରେ ଆପଣ ଛୁରୀରେ କାଟି କାଟି କାଢି ପାରିବେ ।

-ସଜାଇବା ପାଇଁ ନଟ୍ସ ବ୍ୟବହାର କରିପାରିବେ । ଠିକ ଏମିତି ଘରେ ବଜାର ପରି ପ୍ରସ୍ତୁତ କୁଲଫିର ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.