ଗର୍ଭଧାରଣ କରିବାରେ ସମସ୍ୟା ଦେଖାଦେଉଛି କି, ଏହି ଉପାୟରେ ସହଜରେ କରନ୍ତୁ ମାତୃତ୍ଵ ଲାଭ

ପରିବର୍ତ୍ତନଶୀଳ ଜୀବନଶୈଳୀର ପ୍ରଭାବ କେବଳ ସ୍ୱାସ୍ଥ୍ୟ ଉପରେ ନୁହେଁ ହରମୋନ୍‌ ଓ ପ୍ରଜନନ ଶକ୍ତି ଉପରେ ମଧ୍ୟ ପଡ଼ୁଛି। ଫଳରେ ଦମ୍ପତିମାନେ ଧୀରେ ଧୀରେ ସନ୍ତାନ ଜନ୍ମ କରିବା କ୍ଷମତା ହରାଇ ବସୁଛନ୍ତି। ଯଦି ଆପଣ ମଧ୍ୟ ପିଲାଟିଏ ପାଇଁ ପ୍ଲାନ୍‌ କରୁଛନ୍ତି ତେବେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିବା ଟିପ୍ସ..

ଓବ୍ୟୁଲେସନ୍‌ କିଟ୍‌ର ସାହାଯ୍ୟ ନିଅନ୍ତୁ:

ସନ୍ତାନ ଚାହୁଁଥିବା ମହିଳାମାନେ ପ୍ରଥମେ ନିଜ ମାସିକ ଧର୍ମ ତାରିଖ ବିଷୟରେ ନୋଟ୍‌ କରିବା ଉଚିତ୍‌। ମାସିକ ଧର୍ମ ଚାଲିଥିବା ବେଳେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ସହଜରେ ଗର୍ଭଧାରଣ କରିହୁଏ ବୋଲି ଡାକ୍ତର ମତ ଦିଅନ୍ତି। ପିରିୟଡସ୍‌ ୫ମରୁ ୭ମ ଦିନ ମଧ୍ୟରେ ସମ୍ବନ୍ଧ ରଖିବା ଦ୍ୱାରା ଗର୍ଭଧାରଣ ହୋଇଥାଏ। ଆପଣ ଚାହିଁଲେ ଏଥିପାଇଁ ଓବ୍ୟୁଲେସନ୍‌ କିଟ୍‌ର ସାହାଯ୍ୟ ମଧ୍ୟ ନେଇପାରିବେ।

ଏହାସହ ପଢନ୍ତୁ: ବିଦୁର ନୀତି:ଅନ୍ୟମାନଙ୍କ ଏହି ଜିନିଷକୁ ନେଇ ଈର୍ଷା କରୁଥିବା ବ୍ୟକ୍ତି କେବେ ବି ରହିପାରନ୍ତିନି ସୁଖୀ

ବ୍ୟାୟାମ କରନ୍ତୁ:

ନିୟମିତ ବ୍ୟାୟାମ କରିବା ଦ୍ୱାରା କେବଳ ଆପଣ ଫିଟ୍‌ ରହିନଥାନ୍ତି, ଏହା ରିପ୍ରଡକ୍ଟିଭ୍‌ ସିଷ୍ଟମ୍‌କୁ ମଧ୍ୟ ସୁସ୍ଥ ରଖିଥାଏ। ଏକ୍ସରସାଇଜ୍‌ କରିବା ଦ୍ୱାରା ଶରୀରର ଓଜନ ସନ୍ତୁଳିତ ରହିଥାଏ। ଫଳରେ ଗର୍ଭଧାରଣରେ କୌଣସି ବାଧା ଉପୁଜେ ନାହିଁ। ଦିନକୁ କମ୍‌ସେ କମ୍‌ ୩୦ରୁ ୪୫ ମିନିଟ୍‌ ଏକ୍ସରସାଇଜ୍‌ କରିବା ଦ୍ୱାରା ଓବ୍ୟୁଲେସନ୍‌ ଠିକ୍‌ ଭାବେ ହୋଇଥାଏ।

ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ:

ପ୍ରଜନନ କ୍ଷମତା ବଢ଼ାଇବାରେ ଖାଦ୍ୟପାନୀୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପିଲାଟିଏ ପାଇଁ ପ୍ଲାନିଂ କରିବା ବେଳେ ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ଅଧିକା ଥିବା ଖାଦ୍ୟ ସେବନ କରନ୍ତୁ। ଓବ୍ୟୁଲେସନ୍‌କୁ ବୁଷ୍ଟ କରୁଥିବା ଖାଦ୍ୟ ଖାଆନ୍ତୁ। ଏହି ସମୟରେ କ୍ୟାଫେନ୍‌, ଆଲକହଲ, ତମାଖୁ ଆଦିଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଏଭଳି କରିବା ଦ୍ୱାରା ଗର୍ଭଧାରଣ କରିବାରେ ସହଜ ହେବ। ପୁରୁଷମାନେ ମଧ୍ୟ ଶୁକ୍ରାଣୁ ବୃଦ୍ଧି ପାଇଁ ଏହି ଖାଦ୍ୟ ଖାଇବା ଉଚିତ୍‌।

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ:

ଛୁଆଟିକୁ ଦୁନିଆକୁ ଆଣିବା ଏତେ ସହଜ ନୁହେଁ। ଏଥିପାଇଁ ଆପଣଙ୍କୁ ସମସ୍ତ ପ୍ରସ୍ତୁତି କରିବାକୁ ପଡ଼ିବ। ଖାସ୍‌ କରି ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼ିବ। ଏଣୁ ଏହି ସମୟରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ। କିଛି ଶାରୀରିକ ସମସ୍ୟା ଥିଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

ଟେନ୍‌ସନ୍‌ ନିଅନ୍ତୁ ନାହିଁ:

ଯେତେ ସମ୍ଭବ ଖୁସି ରହିବାକୁ ଚେଷ୍ଟା କରନ୍ତୁ। ମାନସିକ ଚାପରୁ ଦୂରେଇ ଯାଇ ଶାନ୍ତିରେ ରୁହନ୍ତୁ। ଅଯଥା କଥା ଚିନ୍ତା କରି ଭାରାକ୍ରାନ୍ତ ହୁଅନ୍ତୁ ନାହିଁ। ନଚେତ୍‌ ଏହାର କୁପ୍ରଭାବ ଗର୍ଭଧାରଣ ଉପରେ ପଡ଼ିପାରେ।

Leave A Reply

Your email address will not be published.