ମାନବିକତା ଦେଖାଇଲେ ଯାଜପୁର ଏସପି ଚରଣ ସିଂ ମୀନା, ଅସୁସ୍ଥ ବୃଦ୍ଧାଙ୍କୁ ପଠାଇଲେ ଡାକ୍ତରଖାନା

ଯାଜପୁର ରୋଡ(କେ ନ୍ୟୁଜ) : ମାନବିକତା ଦେଖାଇଲେ ଯାଜପୁର ଏସପି ଚରଣ ସିଂ ମୀନା । ବୃଦ୍ଧାଙ୍କ ଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଜାଣିବାକୁ ପାଇ ବୃଦ୍ଧା ଜଣଙ୍କୁ ମେଡିକାଲ ପଠାଇବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ବ୍ୟବସ୍ଥା ମଧ୍ଯ କରିଛନ୍ତି। ଆଜି କାଳିଆପାଣି ପୁଲିସ ପକ୍ଷରୁ ଗରାମିଆ ସ୍କୁଲ ପଡ଼ିଆରେ ବାଲ୍ୟବିବାହ ଓ ଗୁଣି ଗାରେଡି ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ସହ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ଆରକ୍ଷୀ ଅଧୀକ୍ଷକ ମହୋଦୟ ପରିଚୟ ପ୍ରଦାନ କରୁଥିବା ସମୟରେ ବୃଦ୍ଧା ମହିଳା ଜଣଙ୍କ ଜ୍ଵରରେ ପୀଡିତ ଥିବା ସହିତ ବାର୍ଦ୍ଧକ୍ୟ ଜନିତ ଅନେକ ରୋଗ ବ୍ୟାଧିରେ କଷ୍ଟ ପାଉଥିବା ଜଣାଇଥିଲେ ।

ବୃଦ୍ଧାଙ୍କ ଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଜାଣିବାକୁ ପାଇ ବୃଦ୍ଧା ଜଣଙ୍କୁ ମେଡିକାଲ ପଠାଇବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ବ୍ୟବସ୍ଥା ମଧ୍ଯ କରିଛନ୍ତି । ବୃଦ୍ଧା ଜଣଙ୍କ ଜ୍ଵରରେ ପୀଡିତ ଥିବା ସହ ଅନ୍ୟନ୍ୟ ବାର୍ଦ୍ଧକ୍ୟ ଜନିତ ରୋଗ ବ୍ୟାଧିରେ କଷ୍ଟ ପାଉଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ବୃଦ୍ଧା ମହିଳାଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ପରେ ତାଙ୍କୁ ମେଡିକାଲକୁ ନେଇ ଅଭିଜ୍ଞ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିବା ସହ ମେଡ଼ିସିନ୍ ଓ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ନିଜେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏସପି। ସେଠାରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ରାଜକିଶୋର ଦୋରା, କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ସୁକିନ୍ଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ଉପସ୍ଥିତ ଥିଲେ ।

Leave A Reply

Your email address will not be published.