ଯାଜପୁର : ଅପମାନିତ କଲେ ଶିକ୍ଷକ ଆଉ ଚରମ ପଦକ୍ଷେପ ନେଲେ ଛାତ୍ର

ଯାଜପୁର ଟାଉନ (କେ ନ୍ୟୁଜ୍‌) : ପ୍ରଧାନଶିକ୍ଷକ ଏବଂ ଶ୍ରେଣୀ ଶିକ୍ଷକଙ୍କ ଅପମାନ ସହି ନପାରି ବିଷ ପିଇ ଦେଲେ ୯ମ ଶ୍ରେଣୀ ଛାତ୍ର । ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ । ଛାତ୍ର ଜଣଙ୍କୁ ଗୁରୁତର ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଛାତ୍ର ହେଉଛନ୍ତି ଉତଙ୍ଗରା ଉଚ୍ଚ ବିଦ୍ୟାଳୟର ଜୀବନ ଜ୍ୟୋତି ଧଳ ।
ଜୀବନ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ସେ ବିଦ୍ୟାଳୟକୁ ଯାଇଥିବା ବେଳେ କୌଣସି କାରଣରୁ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକମାନେ ତାକୁ ତାଗିଦ କରିଥିଲେ । ଏପରିକି ପରିବାର ସଦସ୍ୟଙ୍କୁ ସ୍କୁଲକୁ ଡାକିଥିଲେ ପ୍ରଧାନ ଶିକ୍ଷକ । କିନ୍ତୁ ଜୀବନଙ୍କ ପରିବାର ଲୋକେ ସ୍କୁଲକୁ ଯାଇନଥିଲେ । ଏଥିରେ ସେ ମର୍ମାହତ ହୋଇ ନିଜ ଘରକୁ ଫେରିବା ପରେ କୋଲ୍ଡ ଡ୍ରିଙ୍କ୍ସ ସହିତ କୀଟ ନାଶକ ଔଷଧ ପିଇ ଦେଇଥିଲେ । ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.