Below header

ବଳକା ଚାଉଳରେ ବନାନ୍ତୁ ଟେଷ୍ଟୀ ରସମଲାଇ, କେବେବି ଭୁଲିପାରିବେନାହିଁ ସ୍ବାଦ

ଲୋକମାନେ ସବୁବେଳେ ବଳକା ଚାଉଳକୁ ଆଉ ଥରେ ଖାଇବାକୁ ଇଚ୍ଛା କରନ୍ତି ନାହିଁ। ବଳକା ଚାଉଳକୁ ଫ୍ରାଏଡ୍ ରାଇସ ବନାଇବାରେ ବ୍ୟବହାର କରିଥାନ୍ତି କିମ୍ବା ପରଟା। କିନ୍ତୁ ଆପଣ ଜାଣିନଥିବେ ଏହି ବଳକା ଚାଉଳରେ ଆପଣ ଆଉ ଗୋଟେ ଜିନିଷ ମଧ୍ୟ ପ୍ରସ୍ତୁତ କରିପାରିବେ। ଖାଇବା ପରେ ସ୍ବିଟ୍ ଡିସ୍ ଖାଇବା ପସନ୍ଦ କରିଥାନ୍ତି ଯଦି ବଳକା ଚାଉଳରେ ସ୍ବିଟ୍ ଡିସ୍ ବନାଇପାରିବେ। ଏହାକୁ ଖାଇ ଆପଣ ଆପଣଙ୍କ ଆଙ୍ଗୁଠି ଚାଟି ରହିଯିବେ। ଏହି ରେସିପି ହେଉଛି ଚାଉଳରେ ପ୍ରସ୍ତୁତ ହୋଇଥିବା ରସମଲାଇ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଏହି ରେସିପି।

ରସମଲାଇ ପାଇଁ ଆବଶ୍ୟକ ସାମଗ୍ରୀ

୪ ବଡ ଚାମଚ କଟା ଖୁଆ

ଗୋଟେ ଲିଟର କ୍ଷୀର

୨୦୦ ଗ୍ରାମ ବଳକା ବାସୁମତି ଚାଉଳ

୧ କପ୍ ଚିନି

ଏକ ଚାମଚ କେସର

ଏହାକୁ ପ୍ରସ୍ତୁତ କରିବା ପାଇଁ ବିଦ୍ଧି

-ସର୍ବପ୍ରଥମେ ବଳକା ଚାଉଳକୁ ଭଲଭାବେ ପେଶି ତାର ଛୋଟ ଛୋଟ ଗୋଲା ପ୍ରସ୍ତୁତ କରିଦିଅନ୍ତୁ।

-ଏବେ ଏକ ପାତ୍ର ନେଇ ସେଥିରେ ଚିନି, କ୍ଷୀର ଏବଂ କେସରକୁ ଭଲଭାବେ ଏକାଠି ମିଶାଇ ମଧ୍ୟମ ଆଞ୍ଚରେ ଗାଢ଼ା ହେବା ପର୍ଯ୍ୟନ୍ତ ମିଶାନ୍ତୁ।

-ଯେତେବେଳେ କ୍ଷୀର ଅଧାରୁ କମ୍ ହୋଇଯିବ ତେବେ ଗ୍ୟାସ ବନ୍ଦ କରିଦିଅନ୍ତୁ।

-୧୫ ମିନିଟ୍ ପରେ ଆପଣ କ୍ଷୀରର ମିଶ୍ରଣରେ ଚାଉଳକୁ ଛୋଟ ଛୋଟ କରି ରଖିଥିବାକୁ ପକାନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ।

-ଆପଣଙ୍କ ରସମଲାଇ ପ୍ରସ୍ତୁତ ହୋଇସାରିଛି। ଚାଉଳରେ ବନା ହୋଇଥିବା ଏହି ରସ ମଲାଇକୁ ଆପଣ ସୁଖିଲା ମାୱାରେ ଗାର୍ନିସ କରି ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.