ପୁଣି ଡାଉନ ହେଲା ଫେସବୁକ୍, ହ୍ବାଟ୍ସଆପ ଏବଂ ଟ୍ବିଟର : ଗ୍ରାହକଙ୍କୁ ଭୋଗିବାକୁ ପଡିଲା ଅନେକ ସମସ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ନେଟୱାର୍କଂ ସାଇଟ ଫେସବୁକ୍ ଆଜି ଦ୍ବିପହର ସମୟରେ ପୁଣି ଥରେ ଡାଉନ ହୋଇଯାଇଥିଲା। ଏନେଇ ଗ୍ରାହକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ଏପରିକି ଅନେକ ଗ୍ରାହକ ଟ୍ବିଟର ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ମଧ୍ୟ ଦେଇଥିଲେ।

ସୂଚନା ଅନୁଯାୟୀ, ଫେସବୁକ୍ ପେଜ୍ ଲୋଡ ନେବା ନେଇ ଅସୁବିଧା ହୋଇଥିବା ବେଳେ ହ୍ବାଟ୍ସଆପରେ ଷ୍ଟାଟସ ଅପଲୋଡ ହେବାରେ ମଧ୍ୟ ଅସୁବିଧା ଦେଖାଯାଇଥିଲା।

ଖାଲି ଫେସବୁକ୍ ଏବଂ ହ୍ବାଟ୍ସଆପ ନୁହଁ ବରଂ ଟ୍ବିଟର ମଧ୍ୟ ଡାଉନ ହୋଇଥିବା ସୂଚନା ମିଳିଛି। ଏପରି ତିନିଟି ସୋସିଆଲ ମିଡିଆ ପ୍ଳାଷ୍ଟଫର୍ମ ଡାଉନ ହୋଇଥିବା ବେଳେ ୟୁଜର୍ସଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡିଛି। ଏହା ପ୍ରଥମ ଥର ନୁହଁ ଏହା ପୂର୍ବରୁ ମଧ୍ୟ ଗ୍ରାହକଙ୍କୁ ଅନେକ ସୋସିଆଲ ମିଡିଆ ଡାଉନ ନେଇ ଅସୁବିଧା ଭୋଗିବାକୁ ପଡିଛି।