Below header

ସ୍କିନ କ୍ରିମ ଠାରୁ ରୁହନ୍ତୁ ଦୂରେଇ, ନଚେତ ହୋଇପାରନ୍ତି କିଡ଼ନୀ ରୋଗରେ ଆକ୍ରାନ୍ତ

ନିଜ ତ୍ୱଚାକୁ ଅଧିକ ନରମ,ଚମକଦାର ତଥା ମସୃଣ କରିବା ପାଇଁ ଆମେ ଭିନ୍ନ ଭିନ୍ନ କମ୍ପାନୀର କ୍ରିମ ମାନ ବ୍ୟବହାର କରିଥାଉ । ବହୁ ସମୟରେ ଟିଭି, ରେଡ଼ିଓ ଆଦିରେ ଦେଉଥିବା ବିଜ୍ଞାପନ ଦ୍ୱାରା ପ୍ରଭାବିତ ହୋଇ ଆମେ ବଜାରରୁ କ୍ରିମ ଆଣି ଆମେ ନିଜ ତ୍ୱଚା ଉପରେ ବ୍ୟବହାର କରିଥାଉ । ନଚେତ ଘରେ ବସି ଅନ ଲାଇନ ମାଧ୍ୟମରେ ଅର୍ଡର କରିଥାଉ । କିନ୍ତୁ ଆମେ ଏହାର ସକାରାତ୍ମକ ଓ ନକାରାତ୍ମକ ଦିଗ ଗୁଡିକ ପ୍ରତି ସେତେଟା ଦୃଷ୍ଟି ଦେଇନଥାଉ । ଆପଣ ଜାଣନ୍ତିକି ଏହି କ୍ରିମ ଗୁଡିକ ଆମ ତ୍ୱଚା ସମେତ ଶରୀର ଭିତର ଅଙ୍ଗ ଗୁଡିକ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ଯାହା ଦ୍ୱାରା ଭବିଷ୍ୟତରେ ଆପଣ ଏକ ଗମ୍ଭୀର ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି । ଏହା ପଛର ପ୍ରକୃତ କାରଣ ବିଷୟରେ ହୁଏତ ଆପଣ ଜାଣି ନଥିବେ । ଏଗୁଡିକରେ ବ୍ୟବହାର ହେଉଥିବା କ୍ଷତିକାରକ ମେଟାଲ ମରକ୍ୟୁରୀ ହିଁ ଶରୀର ଉପରେ କୁପ୍ରଭାବ ପକାଇବାର ମୁଖ୍ୟ କାରକ ଅଟେ ।

creame

ନିକଟରେ ଦିଲ୍ଲୀର ଏକ ବଜାରରୁ ୪ ଟି କ୍ରିମ ସାମ୍ପଲ ନିଆଯାଇ ଏକ ପରୀକ୍ଷା କରାଯାଇଥିଲା । ଏଗୁଡିକରେ ମରକ୍ୟୁରୀର ମାତ୍ରା ୪୮.୧୭ ପ୍ରତିଶତ ଥିବା ଜଣା ପଡିଥିଲା । କେବଳ ଭାରତ ନୁହେଁ ପୃଥିବୀର ବିଭିନ୍ନ ବିକଶିତ ଦେଶ ମାନଙ୍କରେ ମଧ୍ୟ ଏହି ଧରଣର କ୍ରିମ ବ୍ୟବହାର ହେଉଥିବା ତଥ୍ୟ ପ୍ରକାଶ ପାଇଛି ।  ‘ଜିରୋ ମରକ୍ୟୁରୀ ୱର୍କିଙ୍ଗ ଗୃପ’ ନାମକ ଏକ ସଂସ୍ଥା ଦ୍ୱାରା ବିଶ୍ଵର ୧୨ ଟି ଦେଶର ମୋଟ ୧୫୮ଟି କ୍ରିମଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଏଗୁଡ଼ିକୁ ଏକ ମାନ୍ୟତା ପ୍ରାପ୍ତ ଲ୍ୟାବରେ ହିଁ ଟେଷ୍ଟ କରାଯାଇଥିଲା । ଏମଧ୍ୟରୁ ୯୬ ଟି ସାମ୍ପଲରେ ମରକ୍ୟୁରୀର ମାତ୍ରା ୪୦ ପିପିଏମ ରୁ ୧ ଲକ୍ଷ ୩୦ ହଜାର ପିପିଏମ ଥିବା ଜଣା ଯାଇଥିଲା । ଆଉ ଏକ ଗୁରୁତ୍ୱପୂର୍ଣ କଥା ହେଉଛି ଏହି କ୍ରିମ ଗୁଡିକ ଅଧିକ ମାତ୍ରାରେ ଏସିଆ ମହାଦେଶର ଦେଶ ମାନଙ୍କରେ ହିଁ ପ୍ରସ୍ତୁତ କରାଯାଉଛି ।

creame

ପାକିସ୍ତାନରେ ୬୨ ପ୍ରତିଶତ, ଥାଇଲ୍ୟାଣ୍ଡରେ ୧୯ ପ୍ରତିଶତ, ଚୀନରେ ୧୩ ପ୍ରତିଶତ ଏହି ଧରଣର କ୍ରିମ ପ୍ରସ୍ତୁତ ହୋଇଥାଏ । ସାଧାରଣତଃ ସ୍କିନକୁ ଗୋରା ତଥା ଚମକଦାର କରୁଥିବା କ୍ରିମ ତଥା ସାବୁନ ଗୁଡିକରେ ମରକ୍ୟୁରୀ ଏକ କମନ ଇନଙ୍ଗ୍ରିଡିଏଣ୍ଟ ଭାବେ ବ୍ୟବହାର ହୋଇଥାଏ । ଏହା ବାଦ ବିଭିନ୍ନ ମେକ ଅପ ପ୍ରଡକ୍ଟ ଓ ମସ୍କରା ଗୁଡିକରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ଏହି ମରକ୍ୟୁରୀ ସବୁଠୁ ଅଧିକ ମଣିଷର କିଡ୍ନୀ ଉପରେ ହିଁ କ୍ଷତି ପହଞ୍ଚାଇଥାଏ | ଏହାବାଦ ମରକ୍ୟୁରୀ ଯୁକ୍ତ ପ୍ରଡକ୍ଟ ଗୁଡିକ ବ୍ୟକ୍ତିର ନର୍ଭସ ସିଷ୍ଟମ, ପାଚନ ତନ୍ତ୍ର ଓ ଫୁସଫୁସ ଉପରେ ମଧ୍ୟ ଅଧିକ ପ୍ରଭାବ ପକାଇଥାଏ । ଏହାବାଦ ଆନଯାଇଟି, ଡିପ୍ରେସନ ଓ ସ୍କିନ ରାଶେଜ ପରି ସମସ୍ୟା ମାନ ଦେଖାଯାଏ ବୋଲି ବିଶେଷଜ୍ଞ ଦଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.