Below header

ସାବଧାନ! ସିଙ୍ଗିଲ ଲୋକଙ୍କ ନିକଟରେ ଦେଖାଯାଉଛି ଏହି ବିପଜ୍ଜନକ ରୋଗ, ଯାହା ମୃତ୍ୟୁର କାରଣ ହୋଇଥାଏ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ସିଙ୍ଗିଲ ଅର୍ଥାତ ଏକାକୀ ରହୁଥିବା ଲୋକଙ୍କଠାରେ ପେଟ ଜନିତ କର୍କଟ ରୋଗ ଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ। ଅନ୍ୟପକ୍ଷରେ, ଯେଉଁମାନେ ନିଜ ସାଥୀଙ୍କ ସହ ରୁହନ୍ତି ସେମାନେ କର୍କଟ ରୋଗରୁ ଆରୋଗ୍ୟ ହେବାର ସମ୍ଭାବନା ଅଧିକ।ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ବିବାହିତ ଲୋକଙ୍କଠାରେ କର୍କଟରୁ ବଞ୍ଚିବାର ହାର ବହୁତ ଅଧିକ। ଏହା ପରେ ସିଙ୍ଗିଲ ଲୋକ ଓ ଶେଷରେ ସେହି ଲୋକମାନେ ଆସନ୍ତି, ଯେଉଁମାନେ କୌଣସି କାରଣରୁ ନିଜ ସାଥୀଙ୍କଠାରୁ ଅଲଗା ହୋଇଯାଇଥାନ୍ତି।

SWNS ର ଏକ ବିବୃତ୍ତି ଅନୁଯାୟୀ, ଅନହୁଇ ମେଡିକାଲ ୟୁନିଭରସିଟିର ପ୍ରଫେସର ଅମାନ ଜୁ କହିଛନ୍ତି ଯେ ବିବାହିତ ଲୋକମାନେ ଆର୍ଥିକ ଦୃଷ୍ଟିରୁ ସ୍ଥିର ଅଟନ୍ତି ଏବଂ ସେମାନଙ୍କ ସାଥୀଙ୍କଠାରୁ ଇମୋସନାଲ ସପୋର୍ଟ ମଧ୍ୟ ପାଇଥାନ୍ତି। ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ହେଉଛି ପେଟରେ କ୍ୟାନ୍ସର ହେବା। ପ୍ରଫେସର ଜୁ ଏବଂ ଅନୁସନ୍ଧାନକାରୀମାନେ ସମଗ୍ର ଆମେରିକାରେ ୩,୬୪୭ ଟି ମାମଲାର ଯାଞ୍ଚ କରିଥିଲେ ଯେଉଁଠାରେ ଟ୍ୟୁମର ଏପର୍ଯ୍ୟନ୍ତ ସେମାନଙ୍କ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପି ନଥିଲା। ଏହି ସମସ୍ତ ରୋଗୀଙ୍କୁ ୨୦୧୦ ରୁ ୨୦୧୫ ମଧ୍ୟରେ ସଫଳତାର ସହିତ ଚିକିତ୍ସା କରାଯାଇଥିଲା।

ବିବାହିତ ଲୋକଙ୍କୁ ବଞ୍ଚିବାର ୭୨ ପ୍ରତିଶତ ସୁଯୋଗ ରହିଥାଏ। ଅନୁସନ୍ଧାନରେ ଏହା ଜଣାପଡିଛି ଯେ ସ୍ୱାମୀ ମାନଙ୍କ ତୁଳନାରେ ସ୍ତ୍ରୀ ମାନଙ୍କର ବଞ୍ଚିବାର ଅଧିକ ସମ୍ଭାବନା ରହିଛି। ଏଥି ସହିତ, ଯେଉଁ ପୁରୁଷଙ୍କ ପତ୍ନୀ ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ବଞ୍ଚିବାର ସମ୍ଭାବନା ୫୧ ପ୍ରତିଶତ କମ୍ ଥିବା ଜଣାପଡିଛି। ଏପରି ପରିସ୍ଥିତିରେ,କିଏ କେତେ ଦିନ ଜୀବିତ ରହିବ ସେଥିପାଇଁ ଏହା ଜାଣିବା ଜରୁରୀ ଯେ ରୋଗୀଟି ବିବାହିତ କି ଅବିବାହିତ।

ପେଟରେ କାହିଁକି ହୋଇଥାଏ କ୍ୟାନ୍ସର

ଆମେ ଯାହା କିଛି ଖାଇଥାଉ ଏହା ସିଧାସଳଖ ଆମ ପେଟକୁ ଆସିଥାଏ। ପେଟରେ ଏହି ଖାଦ୍ୟ ଛୋଟ ଛୋଟ ଖଣ୍ଡ ହୋଇ ହଜମ ହୋଇଥାଏ। ପେଟରେ କର୍କଟ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଆପଣଙ୍କ ପେଟର ଭିତର କର୍କଟ କୋଷ ଗଠନ ହୁଏ। ଏହି କୋଷଗୁଡ଼ିକ ଟ୍ୟୁମରରେ ବିକଶିତ ହୋଇପାରେ।ଏହାକୁ ଗ୍ୟାଷ୍ଟ୍ରିକ୍ କର୍କଟ ମଧ୍ୟ କୁହାଯାଏ । ପେଟରେ କର୍କଟ ସାଧାରଣତଃ ଅନେକ ବର୍ଷ ଧରି ଧୀରେ ଧୀରେ ଅଗ୍ରଗତି କରେ। ୬୦ ରୁ ୮୦ ବର୍ଷ ବୟସ୍କ ଲୋକଙ୍କୁ ଏହି କର୍କଟ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ।ପେଟରେ କର୍କଟ ହେଲେ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଏହା ଧୀରେ ଧୀରେ ବ୍ୟାପିପାରେ।

ଖାଦ୍ୟ ଗିଳିବାରେ ଅସୁବିଧା, ଖାଦ୍ୟ ଖାଇବା ପରେ ପେଟରେ ଫୁଲିଯିବା , ଅଳ୍ପ ଖାଦ୍ୟ ଖାଇବା ପରେ ପେଟ ପୂର୍ଣ୍ଣ ପରି ଲାଗିବା, ହୃଦଘାତ,, ଥକ୍କା, ପେଟ ଯନ୍ତ୍ରଣା, ବିନା କାରଣରେ ଓଜନ ହ୍ରାସ, ବାନ୍ତି ଏହି ସବୁ ପେଟ କର୍କଟର ଲକ୍ଷଣ। ଏଥି ସହ ମେଦବହୁଳତା, ଅତ୍ୟଧିକ ଲୁଣ ଏବଂ ଧୂଆଁଯୁକ୍ତ ଖାଦ୍ୟ ଖାଇବା ପେଟରେ କର୍କଟ ହେବାର ଆଶଙ୍କାକୁ ଆହୁରି ବଢ଼ାଇ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.