Below header

କାର୍ତ୍ତିକ ମାସରେ ଅଗସ୍ତି ଗଛ ଓ ଫୁଲର ମହତ୍ୱ

ଅନେକ ଜାଣି ନଥିବେ ଅଗସ୍ତି ବୋଲି ଗୋଟିଏ ଗଛ ଅଛି ଓ ଏହାର ପତ୍ର ଏବଂ ଫୁଲ କି କାମରେ ଲାଗେ । ଏହାକୁ ଏକ ପବିତ୍ର ବୃକ୍ଷ ଭାବେ ମନେ କରାଯାଏ । ବିଶେଷ କରି ଧର୍ମ ମାସ କାର୍ତ୍ତିକ ଓ ମାର୍ଗଶିରରେ ଏହାକୁ ପୂଜା କରାଯାଏ । ଏହି ଗଛର ଫୁଲ ଠିକ୍‌ ବର୍ତ୍ତମାନ ସମୟରେ ହିଁ ଫୁଟିଥାଏ । ଠିକ୍‌ ଅର୍ଦ୍ଧଚନ୍ଦ୍ର ଭଳି ଫୁଲଟି ଫୁଟେ । ତେଣୁ ଏହାକୁ ଶିବଲିଙ୍ଗ ଉପରେ ଲାଗି କରାଯାଏ । ଅଗସ୍ତି ୠଷିଙ୍କ ନାଁରେ ଏହି ବୃକ୍ଷର ନାମକରଣ କରାଯାଇଥିବା କୁହାଯାଏ ।

2

କଣ ରହିଛି ମହତ୍ୱ

-ଅଗସ୍ତି ବୃକ୍ଷର ଫୁଲ ଶିବଲିଙ୍ଗଙ୍କ ମସ୍ତକରେ ଚଢ଼ାଯାଏ । ଏହାକୁ ଚଢ଼ାଇଲେ ବିଭିନ୍ନ ଗ୍ରହଦୋଷ କଟିଯାଏ ବୋଲି ବିଶ୍ୱାସ ରହିଛି ।
– ଏହି ଫୁଲ ଚଢ଼ାଇଲେ କାଳ ପୁରୁଷ ସ୍ୱପ୍ନ ଦୋଷ ଦୂର ହୁଏ ଏବଂ ଘାତଚନ୍ଦ୍ର ଦୋଷ କଟିଥାଏ ।
– କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ରାଇଦାମୋଦର ପୂଜା କରିଥାନ୍ତି । ସେମାନେ ମଧ୍ୟ ଅଗସ୍ତି ଫୁଲକୁ ଏହି ସମୟରେ ତାଙ୍କୁ ଅର୍ପଣ କରିଥାନ୍ତି ।

ସୁଆଦିଆ ଅଗସ୍ତି ଶାଗ

-ଅଗସ୍ତି ପତ୍ର, ଫୁଲ ଏବଂ ଛୁଇଁକୁ ରାନ୍ଧି ଖିଆଯାଏ । ଏହା ଦ୍ୱାରା ଶୀତ ଦିନେ ହେଉଥିବା କାଶ, କଫ ଓ ଥଣ୍ଡା ଭଳି ରୋଗ ଦୂର ହୁଏ । ତ୍ୱାଚାର ଶୁଷ୍କତା ଦୂର ହୁଏ । ଏହାକୁ ଖାଇବା ଦ୍ୱାରା ମନ ଶାନ୍ତ ରହେ ଓ କ୍ରୋଧ କମିଯାଏ ।
-ଏହାର ଶାଗ ଖାଇଲେ ପେଟ ଜନିତ ସମସ୍ୟା ଦୂର ହେବା ସହ ହଜମ ପ୍ରକ୍ରିୟା ମଧ୍ୟ ଭଲ ରହେ । ସ୍ନାୟବିକ ଦୁର୍ବଳତା ଦୂର କରିବା ସହ ସ୍ମରଣ ଶକ୍ତି ମଧ୍ୟ ବଢ଼ାଏ । କାଳପୁରୁଷ ସ୍ୱପ୍ନ ଦୋଷ ଦୂର ହୁଏ ।

3
-ଶ୍ୱାସ ରୋଗ ପାଇଁ ମଧ୍ୟ ଅଗସ୍ତି ଶାଗ ଏବଂ ଫୁଲ ରାମବାଣ ଭଳି କାମ ଦିଏ ।
-ଅଗସ୍ତି ପତ୍ରକୁ ଶିଝାଇ ଏହାର କଷା ପାଣିକୁ ବାହାର କରି ଦେବା ପରେ ସାଗ ଭଳି ଭାଜି ଖିଆଯାଏ । ଆହୁରି ମଧ୍ୟ କଞ୍ଚା କଦଳୀକୁ ଚୁନା ଚୁନା କରି କାଟି ଏଥିରେ ମିଶାଇ ଖାଇଲେ ସୁଆଦିଆ ଲାଗେ । ସେହିପରି ନଡ଼ିଆ ଓ ମୁଗ ଡାଲି ସହ ମଧ୍ୟ ଏହାକୁ ରନ୍ଧାଯାଏ ।
-ଅଗସ୍ତି ଫୁଲକୁ ପିଠୋଉରେ ବୁଡ଼ାଇ ଭାଜିଲେ ଏବଂ ଏହାକୁ ବରା କରି ଖାଇଲେ ମଧ୍ୟ ଖୁବ୍‌ ସୁଆଦିଆ ଲାଗେ ।

(କେନ୍ୟୁଜ୍‌ ସ୍ପେସାଲ ଡେସ୍କ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.