Below header

ଯାଜପୁର : ବୀରଭୂମିରୁ କଟା ପାପୁଲି ଉଦ୍ଧାର

ଯାଜପୁର (କେନ୍ୟୁଜ୍): ବୀରଭୂମିରୁ କଟା ପାପୁଲି ଉଦ୍ଧାର। ଯାଜପୁର କଳିଙ୍ଗନଗର ଆମ୍ବଗାଡ଼ିଆ ନିକଟରୁ ଏସବୁ ଉଦ୍ଧାର କରାଯାଇଛି। ଏତେ କଟା ପାପୁଲି ଗୋଟେ ଜାଗାରେ ପଡିଥିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି। ୨୦୦୬ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିଲେ ଆଦିବାସୀ। ତେବେ ମୃତଦେହ ଚିହ୍ନଟ ପାଇ ଆଦିବାସୀଙ୍କ ପାପୁଲି କାଟିନିଆଯାଇଥିଲା। ପରେ ପାପୁଲି ଗୁଡିକୁ ପୋଲିସ ପରିବାର ଲୋକଙ୍କୁ ଫେରାଇ ଦେଇଥିଲେ। ତେବେ ପରିବାରଲୋକେ ଏହାକୁ ନନେବାରୁ ସେଗୁଡିକୁ ସହିଦ ସ୍ତମ୍ଭ ନିକଟରେ ଥିବା ଏକ କ୍ଲବ ଘରେ ସଂରକ୍ଷଣ କରି ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.