Below header

ସକାଳର ଜଳଖିଆ ନଖାଇବା ଦ୍ବାରା ହୋଇଥାଏ ଏହି ସବୁ କ୍ଷତି !

ଦିନର ଆହାର ଠାରୁ ସକାଳର ଜଳଖିଆ ଶରୀର ପାଇଁ ଅଧିକ ଜରୁରୀ ହୋଇଥାଏ । ସକାଳର ଜଳଖିଆ ଠିକ୍ ଭାବରେ ନଖାଇବା ଦ୍ବାରା ଶରୀରର ବହୁତ କ୍ଷତି ହୋଇଥାଏ । ଏହା ଦ୍ବାରା ବହୁତ ଗମ୍ଭିର ରୋଗ ହେବାର ଅନେକ ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା କ’ଣ ସବୁ କ୍ଷତି ହୋଇଥାଏ ଆମ ଶରୀରରେ ସକାଳର ଜଳଖିଆ ନଖାଇବା ଦ୍ବାରା :

• ମଧୁମେହ : ସକାଳର ଜଳଖିଆ ନଖାଇବା ଦ୍ବାରା ମଧୁମେହର ସମସ୍ୟା ଅଧିକ ଥାଏ । ଏକ ରିସର୍ଚ୍ଚ ୟୁନିଭରସିଟିର ଷ୍ଟଡିରୁ ଜଣା ପଡିଛି ଯେଉଁ ମହିଳା ମାନେ ସକାଳେ ନିଜର ଜଳଖିଆ ଖାଇ ନଥାନ୍ତି ସେମାନଙ୍କ ପାଖରେ ଟାଇପ୍ ୨ର ମଧୁମେହର ସମସ୍ୟା ଅଧିକ ଦେଖା ଯାଇଥାଏ ।

• ଓଜନ ବଢିଥାଏ : ଯଦି ଆପଣଙ୍କୁ ଲାଗୁଛି କି ସକାଳର ଜଳଖିଆ ନଖାଇବା ଦ୍ବାରା ଆପଣଙ୍କର ଓଜନ କମ୍ ହେଉଛି ତେବେ ଏହା ଆପଣଙ୍କ ପାଇଁ ଏକଦମ୍ ଭୁଲ୍ । ଏହି ଷ୍ଟଡିରୁ ଜଣା ପଡିଛି ଯେଉଁ ଲୋକ ମାନେ ସକାଳର ଜଳଖିଆ ଛାଡୁଛନ୍ତି ସେମାନଙ୍କ ଓଜନ ବେଶୀ ବଢିଥାଏ ।

• ମୋଟାବୋଲିଜିମ ଉପରେ ପ୍ରଭାବ : ସକାଳର ଭଳଖିଆ ଛାଡିବା ଦ୍ବାରା ଶରୀରରେ ମୋଟାବୋଲିଜିମର କ୍ଷତି ହୋଇଥାଏ । ଦିନସାରାର କୌଣସି ଆହାର ଛାଡିବା ଦ୍ବାରା ଶରୀର ଉପରେ ପ୍ରଭାବ ପକାଇଥାଏ । ଅଧିକ ସମୟ ଯାଏ ଖାଲି ପେଟରେ ରହିବା ଦ୍ବାରା ଶରୀରରେ କ୍ୟାଲୋରୀ ବଢାଇବାର କ୍ଷମତା କମିଥାଏ ।

• ଭୋକ ଲାଗିବା ସହ ରାଗ ଆସିବା : ଲମ୍ବା ସମୟ ଯାଏ ଭୋକରେ ରହିବା ଦ୍ବାରା କିଛି ଲୋକଙ୍କୁ ରାଗ ଆସିଥାଏ । ଏକ ଷ୍ଟଡିରୁ ଏହି କଥା ଜଣା ପଡିଥିଲା ଯେଉଁ ପୁରୁଷମାନେ ସକାଳର ଜଳଖିଆ ଠିକ୍ ଭାବରେ ଖାଇଥାନ୍ତି ସେମାନଙ୍କର ରକ୍ତଚାପ ଠିକ୍ ରହିଥାଏ ତେଣୁ ସେମାନଙ୍କ ପାଖରେ ଚିଡିଚିଡି ଭାବ ଦେଖିବା ଖୁବ୍ କମ୍ ମିଳିଥାଏ ।

• ପାଟିରୁ ଦୁର୍ଗନ୍ଧ ବାହାରିବା : ସକାଳର ଖାଇବା ନଖାଇବା ଦ୍ବାରା କେବଳ ଅପଣଙ୍କର ଶରୀର ଉପରେ ପ୍ରଭାବ ପକାଇ ନଥାଏ ଏହା ଆପଣଙ୍କ ସୋସିୟାଲ୍ ଲାଇଫ୍ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସକାଳର ଖାଇବା ନଖାଇବା ଦ୍ବାରା ସାଲାଇବା ଖୁବ୍ କମ୍ ତିଆରି ହୋଇଥାଏ ଯେଉଁଥିପାଇଁ ଜିଭରେ ଥିବା ବ୍ୟାକଟେରିଆ ଦୂର ହୋଇପାରନ୍ତି ନାହିଁ ସେହି କାରଣ ପାଇଁ ପାଟିରୁ ଦୁର୍ଗନ୍ଧ ବାହାରି ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.