୨୦୧୯ରେ ଇଭିଏମ୍ ନା ବାଲଟ୍ ? ଇଭିଏମ୍‌କୁ ବିଜେଡି ଓ ବିଜେପିର ସମର୍ଥନ, ବାଲଟ୍ ସପକ୍ଷରେ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ

୨୦୧୯ ନିର୍ବାଚନରେ EVM ବ୍ୟବହାରକୁ ବିରୋଧ କରିବା ନେଇ ସଜବାଜ ଆରମ୍ଭ ହୋଇଛି । ନିର୍ବାଚନରେ ପୁଣି ବାଲଟ ପେପର ବ୍ୟବହାର କରିବା ସପକ୍ଷରେ ଏକଜୁଟ ହୋଇଛନ୍ତି ୧୬ଟି ରାଜନୈତିକ ଦଳ । କଂଗ୍ରେସ ଏହାର ନେତୃତ୍ୱ ନେଉଛି । ଆସନ୍ତା ସୋମବାର ଦିନ ଏ ନେଇ ଦିଲ୍ଲୀରେ ବୈଠକ ବସୁଛି । ଇଭିଏମ ଟାମ୍ପରିଂ ହେଉଥିବା ଏବଂ ଏହା ବିଜେପି ସପକ୍ଷରେ ଯାଉଥିବା ଅଭିଯୋଗରେ ୧୬ଟି ଦଳ ଦିଲ୍ଲୀରେ ବୈଠକ କରିବେ । କଂଗ୍ରେସ ସହ TMC,SP, BSP, NCP, RJD,CPI, CPM, ସିପିଆଇଏମଏଲ୍‌, DMK, TDP, ଆପ୍‌, ଶିବସେନା ବାଲଟ ସପକ୍ଷରେ ଅଛନ୍ତି । ସେହିଭଳି JDS, କେରଳ କଂଗ୍ରେସ, IUML ମଧ୍ୟ ବାଲାଟକୁ ସମର୍ଥନ କରୁଛନ୍ତି । କିଛି ସ୍ୱାଧୀନ ସାଂସଦ ମଧ୍ୟ ଏହି ବୈଠକରେ ଯୋଗ ଦେଉଥିବା ସୂଚନା ମିଳିଛି ।

ବୈଠକ ପରେ ସେମାନେ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ଏ ସଂପର୍କରେ ପାର୍ଲାମେଣ୍ଟରେ ମଧ୍ୟ ଦାବି ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି । ସେପଟେ ଇଭିଏମ୍‌ରେ ହିଁ ନିର୍ବାଚନ କରିବା ସପକ୍ଷରେ ରହିଛି ବିଜେପି । ବିଜେପି ସହ ବିଜେଡି, ଏଆଇଡିଏମକେ, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି-ଟିଆରଏସ୍‌ ଇଭିଏମ୍‌ ସପକ୍ଷରେ ଅଛନ୍ତି । ନିର୍ବାଚନ କମିଶନ ଇଭିଏମ୍‌ରେ କୌଣସି ଟାମ୍ପରିଂ ହେଉନଥିବା ବାରମ୍ବାର ସ୍ପଷ୍ଟ କରିଛନ୍ତି । ସନ୍ଦେହ ଦୂର କରିବା ପାଇଁ ଭିଭିପାଟ୍‌ ବ୍ୟବହାର ଆରମ୍ଭ କରିଛନ୍ତି । ଏହା ସତ୍ତ୍ୱେ ଇଭିଏମ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଛି ।

Leave A Reply

Your email address will not be published.