ପାକିସ୍ତାନରେ ଗବର ସିଂହ : ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋ

ହିନ୍ଦି ସିନେମା ଇତିହାସରେ ଏକ ଐତିହାସିକ ଫିଲ୍ମ ହେଉଛି ’ସୋଲେ’ । ଯାହା ଲେଖିଥିଲା ସଫଳତାର ନୂଆ ଅମର କାହାଣୀ । ଏହି ସିନେମାର ପ୍ରତ୍ୟେକ ଚିତ୍ର ଏବଂ ଚରିତ୍ରକୁ ଆଜି ଦର୍ଶକ ଭୁଲି ନାହାଁନ୍ତି । ପ୍ରତ୍ୟେକ କଳାକାରଙ୍କ ଜୀବନ୍ତ ଅଭିନୟ ସେମାନଙ୍କୁ ଚରସ୍ମରଣୀୟ କରି ରଖିଛି । ଆଉ ଏହି ଐତିହାସିକ ଚରିତ୍ର ମାନଙ୍କ ମଧ୍ୟରେ ଏକ ଚରିତ୍ର ହେଉଛି ଗବର ସିଂହ । ଯାହାକୁ ଅତି ନିଖୁଣ ଭାବରେ ଅଭିନୟ କରିଥିଲେ ଅମଜଦ୍ ଖାନ୍ । ଯଦିଓ ସେ ଆଜି ଆମ ମାନଙ୍କ ମଧ୍ୟରେ ନାହାଁନ୍ତି କିନ୍ତୁ ଗବର ସିଂହ ନାଁରେ ଦର୍ଶକଙ୍କ ହୃଦୟରେ ଜୀବିତ ଅଛନ୍ତି ।

 

ତେବେ ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛନ୍ତି ଅମଜଦ୍ ଖାନ୍ । ପାକିସ୍ତାନର କରାଚୀରେ ଦେଖିବାକୁ ମିଳିଛି ବଲିଉଡର ଏହି ଲୋକପ୍ରିୟ କଳାକାରଙ୍କୁ । କଣ ଚମକି ପଡିଲେ ? କିନ୍ତୁ ଏହା ସତ । ଭାଇରାଲ୍ ହେଉଥିବା ଏହି ବ୍ୟକ୍ତି ଜଣକ ଦେଖିବାକୁ ଅବିକଳ ସୋଲେର ଗବର ସିଂହ ଅର୍ଥାତ୍ ଅମଜଦ୍ ଖାନଙ୍କ ପରି । କରାଚୀର ଏହି ବ୍ୟକ୍ତିଙ୍କ ପିନ୍ଧିବା ଷ୍ଟାଇଲ୍ ଏବଂ ଚାଲି ପୁରା ଗବର ସିଂହଙ୍କ ପରି । ଯେଉଁଥି ପାଇଁ ସେ ଗବର ସିଂହ ନାଁରେ ଟ୍ରୋଲ୍ ହେବାରେ ଲାଗିଛନ୍ତି । ପାକିସ୍ତାନର ଏକ ୱେବସାଇଟ୍ ମୂତାବକ ଏହି ଫଟୋଟି କରାଚୀର ଲାଡ୍ ବଜାରରେ ଉଠାଯାଇଛି । ଶାହାଜହାଁ ନାମକ ଜଣେ ଟ୍ବିଟର ୟୁଜର୍ ଏହି ଫଟୋଟିକୁ ସେୟାର୍ କରିଥିଲେ । ଏବେ ଏହି ଫଟୋଟି ଉଭୟ ଭାରତ ଏବଂ ପାକିସ୍ତାନରେ ଜୋରସୋରରେ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.