ପ୍ରିୟଙ୍କା ଚୋପ୍ରା ଭାରତ ଛାଡିବାରୁ କ୍ୟାଟ୍ରିନାଙ୍କ ଲାଗିଗଲା ଲଟେରୀ : ହୋଇଯିବେ ମାଲାମାଲ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ’ଭାରତ’ ଛାଡିବା ପରେ ସିନେମାର ଡାଇରେକ୍ଟର ଅଲ୍ଲି ଆଭସ ଜଫର୍ ତାଙ୍କ ସ୍ଥାନରେ କ୍ୟାଟ୍ରିନା କୈଫଙ୍କ ନାଁ ଘୋଷଣା କରିଥିଲେ । ପୁଣିଥରେ ପରଦାରେ ସଲମନଙ୍କ ସହ କ୍ୟାଟ୍ରିନା ରୋମାନସ୍ କରିବାର ଦେଖିବାକୁ ମିଳିବ ଏହି ସିନେମାରେ । କ୍ୟାଟ୍ରିନାଙ୍କ ହାତରେ ପୁଣି ଆଉ ଏକ ସିନେମାଟି ଲାଗିଛି ଏହା ସହ ତାଙ୍କୁ ଡବଲ୍ ଟଙ୍କା ମଧ୍ୟ ମିଳିବ । ଆଜ୍ଞା ହଁ କ୍ୟାଟ୍ରିନାଙ୍କୁ ହଁ କହିବା ପରେ ସଲମନ ଅନେକ ଖୁସି ଅଛନ୍ତି । ସଲମନ୍ ଏବଂ କ୍ୟାଟ୍ରିନାଙ୍କ ବଣ୍ଡିଙ୍ଗ୍ ସତ ଜୀବନରେ ଏମିତିରେ ବି ଅହୁତ ଭଲ ଆଉ ଏବେ କ୍ୟାଟ୍ରିନିଙ୍କୁ ଏହି ସିନେମା ପାଇଁ ତାଙ୍କୁ ଫିସ୍ ମଧ୍ୟ ଅଧିକ ମିଳୁଛି । କଥା କ‘ଣ କି ସଲମନ ନିଜେ ଠିକ୍ କରିଛନ୍ତି କ୍ୟାଟ୍ରିନାଙ୍କୁ ମଧ୍ୟ ପ୍ରିୟଙ୍କାଙ୍କ ପାଖାପାଖି ଟଙ୍କା ଦିଆଯିବ । ଏମିତିରେ କ୍ୟାଟ୍ରିନା କେଫ ଗୋଟେ ସିନେମା ପାଇଁ ୫ ରୁ ୬ କୋଟି ଟଙ୍କା ନେଇଥାନ୍ତି କିନ୍ତୁ ଏହି ସିନେମା ପାଇଁ ୧୨ କୋଟି ଟଙ୍କା ନେଉଛନ୍ତି କ୍ୟାଟ୍ରିନା । କହି ରଖୁଛୁ ଏତିକି ଟଙ୍କା ହିଁ ପ୍ରିୟଙ୍କାଙ୍କୁ ମଧ୍ୟ ଦିଆଯାଇଥାନ୍ତା ।

କ୍ୟାଟ୍ରିନାଙ୍କ ପାଖରେ ଏବେ ଦୁଇଟି ସିନେମା ଅଛି । ଗୋଟେ ପଟେ ସାରୁଖଙ୍କ ସହ ଜିରୋରେ ନଜର ଆସିବେ ଏବଂ ଅନ୍ୟପଟେ ଠଗ୍ସ ଅଫ ହିନ୍ଦୁସ୍ଥାନର ସୁଟିଙ୍ଗ ଶେଷ କରିଛନ୍ତି । କ୍ୟାଟ୍ରିନା ଅଲ୍ଲି ଆବାସ ଜଫର ଏବଂ ସଲମନଙ୍କ ସହ ଏକଥା ଡାଇଗର ଓ ଟାଇଗର ଜିନ୍ଦା ହେ ଭଳି ସୁପହିଟ ସିନେମା ପାଇଁ ଏକାଠି କାମ କରିସାରିଲେଣି । ସଲମନ୍ ଏବଂ କ୍ୟାଟ୍ରିନାଙ୍କ ଯୋଡିକୁ ଫ୍ୟାନ୍ ମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି । ଏହା ସହ ଅଲ୍ଲି ଆବାସ ଜଫର ଏବଂ କ୍ୟାଟ୍ରିଙ୍କର ମଧ୍ୟ ବହୁତ ଭଲପଡିଥାଏ ।

ପ୍ରିୟଙ୍କା ସିନେମା ଛାଡିବା ପରେ ସଲମନଙ୍କ ପିତା ସଲିମ୍ ଖାନ୍ କହିଛନ୍ତି ଏସବୁ କିଛି ଅଚାନକ୍ ହୋଇ ନାହିଁ । ମୁଁ ବାରମ୍ବାର କହିବି ଏସବୁ ଏମିତି ହୋଇଥାଏ । ମୁଁ ଜାଣିନି ପ୍ରିୟଙ୍କା କାହିଁକି ଭାରତ ଛାଡିଛନ୍ତି ହେଲେ ବ୍ୟସ୍ତ ହେବାର କିଛି ନାହିଁ ନୂଆ କ୍ୟାରେକଟର ଜଲଦି ମିଳିଯିବେ । କିଏ ବି ଆସିପାରେ ପ୍ରିୟଙ୍କାଙ୍କ ସ୍ଥାନରେ ଏମିତି ବହୁତ ଲୋକ ଅଛନ୍ତି । ମୁଁ କାହା ଉପରେ ବି ରାଗିନି ନା ସଲମନ୍ ନା ପ୍ରିୟଙ୍କାଙ୍କ ଉପରେ ।

Leave A Reply

Your email address will not be published.