ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା । ଜିଲ୍ଲାର କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ସଭାପତି ଅରଜିତ ପ୍ରସାଦଙ୍କ ନେତୃତ୍ୱରେ ବାଲେଶ୍ୱରରୁ ପଦଯାତ୍ରା କରି ଭୁବନେଶ୍ୱର ଆସି ପହଞ୍ଚିଥିଲେ । ଏଠାରେ ସେମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିବା ପରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ପ୍ରତିବାଦ, ଦେଶ, ରାଜ୍ୟ ଓ ଜିଲ୍ଲାକୁ ରକ୍ଷା କରିବା ଦାବିରେ ଏହି ଜନଜାଗୃତି ପଦଯାତ୍ରା କରାଯାଇଛି । ଗତ ୨୩ ତାରିଖରୁ କଂଗ୍ରେସ କର୍ମୀମାନେ ବାଲେଶ୍ୱର ଚନ୍ଦନେଶ୍ୱରରୁ ପଦଯାତ୍ରାରେ ବାହାରିଥିଲେ । ପ୍ରାୟ ସାଢ଼େ ୩ଶହ କିଲୋମିଟର ଅତିକ୍ରମ କରି ସେମାନେ ଚାଲି ଚାଲି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.