Below header

୧୦ କିଲୋ ହରିଣ ମାଂସ ଜବତ ଜଣେ ଗିରଫ

ଭଦ୍ରକ : ଚାନ୍ଦବାଲି ଧାମରା ଫରେଷ୍ଟ ଅଧିନ କାନନାଳୀ ନଦୀ ଘାଟ ନିକଟରେ ଜଣେ ଯୁବକ ହରିଣ ମାଂସ ନେଇ ଆସୁତିବା ବେଳେ ଗିରଫ କରିଛି ବନବିଭାଗ। ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଜଗି ରହିଥିଲା। ଏହି ଯୁବକ ଜଣକ ବ୍ୟାଗରେ ହରିଣ ମାଂସ ପୁରାଇ ଆସୁଥିବା ବେଳେ କାବୁ କରିଥିଲା ବନବିଭାଗ। ଯୁବକଙ୍କ ଠାରୁ ୧୦ କିଲୋ ହରିଣ ମାଂସ ଜବତ ହୋଇଥିବା ବେଳେ ଯୁବକ ଜଣକ କେନ୍ଦ୍ରପଡା ରାଜନଗର ଅଞ୍ଚଳର ସୁରଜିତ ଖାଣ୍ଡା ବୋଲି ଜଣା ପଡିଛି। ବନବିଭାଗ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ହରିଣ ମାଂସକୁ ଭି.ଏସଙ୍କ ପରୀକ୍ଷା କରାଇ ପୋତି ଦିଆଯାଇଛି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.