Below header

ଦେଶର ୪୩ ହଜାର ଗାଁରେ ପହଞ୍ଚି ପାରିନାହିଁ ମୋବାଇଲ ସେବା

ଏବେ ସୋସିଆଲ ମିଡିଆର ଯୁଗ । ସମସ୍ତଙ୍କ ହାତରେ ଏବେ ମୋବାଇଲ୍ । ମୋବାଇଲ୍ କମ୍ପାନୀମାନେ ମଧ୍ୟ ପ୍ରତ୍ୟେକ ଦିନ ନୂଆ ନୂଆ ଅଫର ଦେଉଛନ୍ତି । ଏବେ ପରିସ୍ଥିତି ଏମିତି ହୋଇଛି, ଆଜିର ଦିନରେ ମୋବାଇଲ୍ ବିନା ବଞ୍ଚିବା କଷ୍ଟକର । ଗାଁଠୁ ସହର ଏବେ ସମସ୍ତ ଲୋକଙ୍କ ହାତରେ ମୋବାଇଲ୍ । ହେଲେ ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ, ଆଜି ବି ଦେଶର ୪୩ ହଜାର ଗାଁରେ ମୋବାଇଲ ସେବା ପହଞ୍ଚି ପାରିନାହିଁ । ଆଉ ସବୁଠୁ ବଡ଼ କଥା ହେଉଛି, ଏହି ଗାଁ ମଧ୍ୟରେ ଓଡ଼ିଶା ରହିଛି ସବୁଠୁ ଆଗରେ । ଓଡ଼ିଶାର ସର୍ବାଧିକ ୯ ହଜାର ୯୪୦ଟି ଗାଁରେ ଆଜି ବି ମୋବାଇଲ ସେବା ପହଞ୍ଚି ପାରିନାହିଁ । ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି ଦୂରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା । ମନ୍ତ୍ରୀ କହିଛନ୍ତି, ୨୦୧୧ ଜନଗଣନା ଅନୁସାରେ ଦେଶର ମୋଟ୍ ୫ ଲକ୍ଷ ୯୭ ହଜାର ୬୧୮ଟି ଗାଁ ମଧ୍ୟରୁ ୪୩ ହଜାର ୮୮ଟି ଗାଁରେ ମୋବାଇଲ ସେବା ପହଞ୍ଚି ପାରିନାହଁ । ମୋବାଇଲ ସେବା ପହଞ୍ଚିନଥିବା ଗାଁ ମଧ୍ୟରେ ଦ୍ୱିତୀୟରେ ରହିଛି ମହାରାଷ୍ଟ୍ର ଓ ତୃତୀୟରେ ରହିଛି ମଧ୍ୟପ୍ରଦେଶ । ମନ୍ତ୍ରୀ ଲୋକସଭାରେ କହିଛନ୍ତି, ଏବେ ଦେଶରେ ୨ଜି, ୩ଜି ଓ ୪ଜି ବ୍ୟବହାର ହେଉଛି । ୯୭ ପ୍ରତିଶତ ଅଞ୍ଚଳରେ ୨ଜି ବ୍ୟବାହାର ହେଉଥିବା ବେଳେ ୮୮ ପ୍ରତିଶତ ଅଞ୍ଚଳରେ ୩ଜି ଓ ୪ଜି ସେବା ପହଞ୍ଚି ପାରଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.