ସେ ଭିନ୍ନକ୍ଷମ ହୋଇପାରନ୍ତି କିନ୍ତୁ ଅକ୍ଷମ ନୁହନ୍ତି

ପ୍ରତିକୂଳ ପରିସ୍ଥିତିରେ ବି ସମୟ ସହ ତାଳ ଦେଇ ମଣିଷ ଆପଣେଇନେଇଛି ବୃତ୍ତି । ନିଜ ପାଇଁ, ନିଜ ପରିବାର ପାଇଁ । ଅନେକ ସକ୍ଷମଙ୍କ ଭିଡ ଭିତରେ ଭିନ୍ନକ୍ଷମ ମଣିଷଟିଏ ଏବେ ଖୋଜି ପାଉଛି ବୃତ୍ତି । ନିଜ ପାଇଁ ନିଜ ପରିବାରର ପ୍ରତିପୋଷଣ ପାଇଁ । ସେ ଭିନ୍ନକ୍ଷମ ହୋଇପାରନ୍ତି କିନ୍ତୁ ଅକ୍ଷମ ନୁହନ୍ତି । ସମସ୍ତେ ସ୍ବପ୍ନ ଦେଖନ୍ତି , ଆନନ୍ଦ ସାହୁ ମଧ୍ୟ ସ୍ବପ୍ନ ଦେଖିଛନ୍ତି ନିଜ ଭବିଷ୍ୟତ ପିଢ଼ି ପାଇଁ । ଲକ୍ଷପଥରେ ଆଗେଇଚାଲିଛନ୍ତି ନିଜ ସ୍ବପ୍ନ ସାକାର କରିବା ପାଇଁ । ନିଜ ଉଚ୍ଚଶିକ୍ଷାକୁ ପଛରେ ପକାଇ ଆପଣେଇଛନ୍ତି ଭିନ୍ନ ଏକ ବୃତ୍ତି । ସାଧାରଣଲୋକଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଜଣେ ଅସାଧାରଣ ବ୍ୟକ୍ତିତ୍ୱ। ଏହି ଅସାଧାରଣ ବ୍ୟକ୍ତିତ୍ୱ ହେଉଛନ୍ତି ନୟାଗଡ ଜିଲ୍ଲା ଭାପୁର ଗାଁର ଆନନ୍ଦ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.