Below header

ଜୀବନରେ ଆଣିବ ଖୁସିର ଲହରି ଓ ସୁଖ ସମୃଦ୍ଧି, ଆପଣାନ୍ତୁ ଫେଙ୍ଗ ସୁଇର ଏହି ଟିପ୍ସ

ଆଜିକାଲି ଲୋକେ ଘରେ ଚୀନର ବାସ୍ତୁ ଶାସ୍ତ୍ର ଫେଙ୍ଗ ସୁଇ ସହିତ ଜଡ଼ିତ ଜିନିଷ ରଖୁଛନ୍ତି । ଫେଙ୍ଗ ସୁଇ ଅର୍ଥାତ ବାୟୁ ଓ ଜଳ । ଫେଙ୍ଗ ସୁଇ ଜଳ ଓ ବାୟୁ ଉପରେ ଆଧାରିତ । ଯଦି ଆପଣ ଜାଣନ୍ତି ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହୁ,ତେବେ ଫେଙ୍ଗ ସୁଇର ଏହି ଟିପ୍ସ ଆପଣାନ୍ତୁ ।

  ଫେଙ୍ଗ ସୁଇ ଅନୁସାରେ ଦ୍ୱାରର ହ୍ୟାଣ୍ଡେଲରେ ସିକ୍କା ବା ଘଣ୍ଟା ଟାଙ୍ଗିବା ଦ୍ୱାରା ଧନ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ।

  ନାଆରେ ବସିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଘରେ ଚାଲୁଥିବା ଅସୁବିଧା ଦୂର ହୋଇଥାଏ ।

  ଫେଙ୍ଗ ସୁଇ ଅନୁସାରେ ଗୋଟିଏ ମାଛ ବଦଳରେ ଦୁଇଟି ମାଛ ଘରେ ଟଙ୍ଗାଇବା ଦ୍ୱାରା ଶୁଭ ହୋଇଥାଏ । ଏମିତି କରିବା ଦ୍ୱାରା ଧନ ଲାଭ ଓ ଚାକିରିରେ ପ୍ରମୋଶନ ମିଳିଥାଏ ।

  ଆପଣଙ୍କ ବ୍ୟାଡ ଲକ୍‌ ଗୁଡ଼ ଲକ୍‌ରେ ଯଦି ବଦଳାଇବାକୁ ଚାହୁଁଛନ୍ତି ଲାଫିଙ୍ଗ ବୁଦ୍ଧଙ୍କ ଶୋଇ ହୋଇ ରହିଥିବା ମୁଦ୍ରାରେ ମୂର୍ତ୍ତି ରଖନ୍ତୁ ।

  ଦାମ୍ପତ୍ୟ ଜୀବନରେ ଖୁସି ଆଣିବା ପାଇଁ ଲଭ ବାର୍ଡ,ମେଣ୍ଡେରନ ଡକ୍‌ ଭଳି ପକ୍ଷୀର ଛୋଟ ମୂର୍ତ୍ତି ବେଡ ରୁମ୍‌ରେ ଲଗାନ୍ତୁ ।

  ଘରେ ଏମିତି ଲାଫିଙ୍ଗ ବୁଦ୍ଧ ରଖନ୍ତୁ ଯାହାର ହାତ ଉପର ଆଡକୁ ଟେକି ହୋଇ ଥିବ । ଏଥିରେ ଚାକିରି ଓ ବେପାରରେ ବୃଦ୍ଧି ହୋଇଥାଏ ।

  ଘର ଭିତରକୁ ନେଗେଟିଭ ଶକ୍ତି ଯେପରି ନ ଆସିବ ସେଥିପାଇଁ ଘର ବାହାରେ କଳା କଇଁଛ, ଲାଲ ପକ୍ଷୀ, ଧଳା ବାଘ କିମ୍ବା ସବୁଜ ଡ୍ରାଗନ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.