ପ୍ରାୟ ୨ ଘଣ୍ଟା ପରେ ଟଳିଲା ବିପଦ, ପାରାଦୀପ ପାଇପଲାଇନ୍‌ରୁ ତେଲ ଲିକେଜକୁ ରୋକାଯାଇଛି

ପାରାଦ୍ବୀପ(କେନ୍ୟୁଜ୍):ଟଳିଲା ବିପଦ । ପାଖାପାଖି ଦୁଇ ଘଣ୍ଟା ପରେ ପାରାଦୀପ ପାଇପଲାଇନ୍‌ରୁ ତେଲ ଲିକେଜକୁ ରୋକାଯାଇଛି । ଏବେ ସମ୍ପୂର୍ଣ୍ଣ ବିପଦ ଟଳି ଯାଇଥିବା ନେଇ ଆଇଓସିଏଲ ଅଧିକାରୀ କହିଛନ୍ତି । ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ଏହା ଯାନ୍ତ୍ରିକ ତ୍ରୁଟି ଏବଂ ଏହା ଉପରେ ଅନୁସନ୍ଧାନ ଜାରି ରହିଥିବା ଆଇଓସିଏଲ କର୍ତ୍ତୃପକ୍ଷ କହିଛନ୍ତି । IOCL ଟାଉନସିପ୍‌ ନିକଟରେ ହଳଦିଆ-ପାରାଦୀପ ଅଶୋଧିତ ତୈଳ ପାଇପଲାଇନ ଫାଟିବା ଯୋଗୁ ମାଟିରେ ମିଶି ଯାଇଥିଲା ହଜାର ହଜାର ଲିଟର ତେଲ । ରାସ୍ତାକଡ଼ରେ ତୈଳର କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.