ଜାଣନ୍ତୁ କେଉଁ ସବୁ ପରିବା ଏବଂ ଆମିଷକୁ ସିଝାଇ ଖାଇବା ଉଚିତ, ସ୍ୱାସ୍ଥ୍ୟକୁ ମିଳିବ ଡବଲ ଫାଇଦା

ବଜାରରେ ଅନେକ ପ୍ରକାରର ପରିବା ମିଳିଥାଏ। ସବୁ ପ୍ରକାର ପରିବାରେ ପୋଷାକ ତତ୍ତ୍ୱ ଭରି ରହିଥାଏ। ଏମିତି କିଛି ପରିବା ରହିଛି, ଯାହାକୁ ସିଝାଇ ଖିଆଯାଇଥାଏ। ଆଉ କିଛି ପରିବାକୁ କଞ୍ଚା ଖିଆଯାଇଥାଏ। ଭାରତୀୟ ଖାଦ୍ୟରେ ଅଧିକ ମସଲା ବ୍ୟବହାର କରାଯାଇଥାଏ, ଯଦ୍ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ। ଆଜିକାଲି ଡାକ୍ତର ଅନେକଙ୍କୁ ସିଝା ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି।

ସିଝା ଖାଦ୍ୟ ବହୁତ ସହଜରେ ହଜମ ହୋଇଯାଇଥାଏ। ଏଥିରେ ପେଟ ସୁସ୍ଥ ରହିଥାଏ। ଏଥି ସହିତ ସିଝା ଖାଦ୍ୟ ଖାଇଲେ ଓଜନ ମଧ୍ୟ କମି ଯାଇଥାଏ ଏବଂ ସ୍କିନ ଗ୍ଲୋ କରିଥାଏ। ଏହା ଏସିଡିଟିରୁ ବଞ୍ଚାଇଥାଏ ଏବଂ କିଡନୀକୁ ବି ସୁସ୍ଥ ରଖିଥାଏ। ଆଜି ଆମେ ଆପଣଙ୍କୁ ଏହାର କେତେକ ଫାଇଦା ବିଷୟରେ କହିବୁ।

୧. ମକା: ମକାରେ ଭିଟାମିନ ବି ରହିଛି। ଏଥିରେ କପର, ଆଇରନ, ମ୍ୟାଗ୍ନେସିୟମ ଓ ଜିଙ୍କ ମଧ୍ୟ ରହିଥାଏ। ଏହାକୁ ସିଝାଇ ଖାଇଲେ ଇମ୍ୟୁନ ସିଷ୍ଟମ ମଜଭୁତ ହୋଇଥାଏ।

୨. ବ୍ରୋକଲି: ଏଥିରେ ଭିଟାମିନ ସି, ଭିଟାମିନ କେ, ଆଇରନ ଏବଂ ପୋଟାସିୟମ ଭଳି ତତ୍ତ୍ୱ ରହିଥାଏ। ଏହାଛଡ଼ା ଏଥିରେ ପ୍ରୋଟିନ ମଧ୍ୟ ରହିଛି। ବ୍ରୋକଲିର ସୁପ ମଧ୍ୟ ଆପଣ ପିଇ ପାରିବେ।

୩. ଚିଙ୍ଗୁଡ଼ି: ଏହା ଏକ ବଢ଼ିଆ ସିଫୁଡ। ଏହାକୁ ଆପଣ ସୁପ କରି କିମ୍ବା ସିଝାଇ ଖାଇ ପାରିବେ।

୪. ଅଣ୍ଡା: ସିଝା ଅଣ୍ଡାର ଧଳା ଅଂଶରେ ପ୍ରୋଟିନ ମାତ୍ରା ମିଳିଥାଏ। ଏହାଦ୍ୱାରା ସୁଗାର ଲେବଲ ମଧ୍ୟ କଣ୍ଟ୍ରୋଲରେ ରହିଥାଏ।

You might also like