ୟସ ବାତ୍ୟାରେ ରାଜ୍ୟର କ୍ଷତି ହୋଇଛି ୬୧୦ କୋଟି ଟଙ୍କାର ସମ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ୟସ ବାତ୍ୟାରେ ରାଜ୍ୟର ୬୧୦ କୋଟି ଟଙ୍କାର କ୍ଷତି ହୋଇଛି। ଆଜି ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ପରିଚାଳନା ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଡକ୍ୟୁମେଣ୍ଟସନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯାହା ଭବିଷ୍ୟତ ବିପର୍ଯ୍ୟୟ ପରିଚାଳନା ପାଇଁ ଶିକ୍ଷଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟାରେ ରାଜ୍ୟର ୧୫୦ଟି ଗାଁ ଜଳମଗ୍ନ ହୋଇଥିଲା। ଏସ୍‌ଆରସିଙ୍କ ସୂଚନା ମୁତାବକ ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇଛି। ସମୁଦାୟ କ୍ଷତି ପରିମାଣ ରହିଛି ୬୧୦ କୋଟି ଟଙ୍କା।

ରିଲିଫ ପାଇଁ ଆବଶ୍ୟକ ୬୬ କୋଟି ଟଙ୍କା। ବାତ୍ୟାରେ ପ୍ରଭାବିତ ହୋଇଥିଲେ ୩୦ ଲକ୍ଷ ବିଦ୍ୟୁତ ଉପଭୋକ୍ତା। ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି। ଶକ୍ତି ବିଭାଗର କ୍ଷୟକ୍ଷତି ପ୍ରାୟ ୧୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଜଳ ସମ୍ପଦ ବିଭାଗର ୧୦୭ କୋଟି ଟଙ୍କା, ପୂର୍ତ୍ତ ବିଭାଗର ୭୫ କୋଟି ଟଙ୍କା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ କୋଟି ଟଙ୍କା କ୍ଷତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.