Below header

ନବରାତ୍ରୀରେ ଆପଣାନ୍ତୁ ଶିଳ୍ପାଙ୍କ ଆଉଟଫିଟ୍‌ ଷ୍ଟାଇଲ ଏବଂ ନିଜକୁ ଦିଅନ୍ତୁ ଟ୍ରେଣ୍ଡିଂ ଲୁକ୍‌

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସର୍ବଦା ନିଜର ଫିଟନେସ୍‌ ଏବଂ ଶରୀରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହା ଠାରୁ ଅଧିକ ଚର୍ଚ୍ଚାରେ ନିଜର ଆଉଟଫିଟ୍‌ ଏବଂ ଷ୍ଟାଇଲକୁ ନେଇ ରହିଥାନ୍ତି। ଶିଳ୍ପା ଯେଉଁଭଳି ନୂଆ ଉପାୟରେ ଶାଢୀକୁ ପିନ୍ଧନ୍ତି, ତାହା ଆଉ କୌଣସି ଅଭିନେତ୍ରୀ କରିପାରନ୍ତି ନାହିଁ। ଶିଳ୍ପାଙ୍କ ଏପରି ଷ୍ଟାଇଲିଶ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନବରାତ୍ରୀ ହେଉ ଅବା ଦାଣ୍ଡିଆ ନାଇଟ୍‌ ଶିଳ୍ପାଙ୍କ ‘ଅଲହଦା ଶାଢୀ ଲୁକ୍‌’ ଆପଣ ମଧ୍ୟ ଆପଣାଇ ନିଜକୁ ଷ୍ଟାଇଲିଶ ଲୁକ୍‌ ଦେଇପାରିବେ।

08

ଶିଳ୍ପା ପ୍ରିଣ୍ଟେଡ ରଫଲ ଠାରୁ ଆରମ୍ଭ କରି କକଟେଲ ରେଡୀ ଶାଢୀ ଗାଉନ ପର୍ଯ୍ୟନ୍ତ ସବୁ ଶାଢୀ ଶିଳ୍ପା ପିନ୍ଧିଛନ୍ତି। ନିକଟରେ ମାଙ୍ଗାଲୋରେ ଏକ କାର୍ଯ୍ୟକ୍ରମ ସମୟରେ, ଶିଳ୍ପା ଭାରତୀୟ ଆଉଟ୍‌ଫିଟ୍‌ର ଏକ ଅଲଗା ଷ୍ଟାଇଲରେ ନଜର ଆସିଥିଲେ। ଶିଳ୍ପାଙ୍କ ଷ୍ଟ୍ରିପ ସିଲ୍କ ଆଇଭରୀ ଏବଂ ଡଲ ଗୋଲଡେନ ରଙ୍ଗର ଶାଢୀ ପିନ୍ଧିଥିଲେ। ଟ୍ରାଡିସିନାଲ ଶାଢୀ ଲୁକ୍‌କୁ ମଡର୍ଣ୍ଣ ସ୍ପିନ ଲୁକ୍‌ ଦେବାରେ ଶିଳ୍ପା ବେଶ ମାହିର। ଆପଣ ମଧ୍ୟ ଏହି ନବରାତ୍ରୀ ସମୟରେ ନିଜକୁ ଏଭଳି ଲୁକ୍‌ ଦେଇ ଷ୍ଟାଇଲିଶ ଲୁକ୍‌ ଦେଇପାରିବେ।

download

ନିଜ ଷ୍ଟାଇଲକୁ ମ୍ୟାଚ କଲାଭଳି ଗହଣା ମଧ୍ୟ ଏଥିନିକ ଲୁକ୍‌କୁ ପରଫେକ୍‌ ଲୁକ୍‌ ଦେଇଥାଏ। ନବରାତ୍ରୀ ହେଉ କି ଦଶହରା ଶିଳ୍ପାଙ୍କ ଡ୍ରେସ ଟିପ୍ସ ଆପଣଙ୍କୁ ଷ୍ଟାଇଲିଶ ଏବଂ ଟ୍ରେଣ୍ଡିଂ ଲୁକ୍‌ ଦେଇପାରିବ। ବଜାରରେ ଆଜିକାଲି ବିଭିନ୍ନ ପ୍ରକାର ଗହଣା ମିଳୁଛି, ଯାହା ଆପଣଙ୍କ ଏଥିନିକ ଲୁକ୍‌ ଅଧିକ ଷ୍ଟାଇଲିଶ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.