Below header

ଘରେ ପାଆନ୍ତୁ ପାର୍ଲର ଭଳି ଗ୍ଲୋଇଂ ତ୍ୱଚା, ବାସ୍‌ ଫଲୋ କରନ୍ତୁ ଏହି ଟିପ୍ସ

କିଛି ଜଣଙ୍କ ମନରେ ଧାରଣା ରହିଛି ଯେ ତ୍ୱଚା ସମସ୍ୟା ଦେଖାଦେଲେ ମାହାଙ୍ଗା ତଥା ବ୍ରାଣ୍ଡେଡ ପ୍ରଡକ୍ଟ ବ୍ୟବହାର କଲେ ସମସ୍ୟା ଦୂର ହେବ । କିନ୍ତୁ ଜାଣନ୍ତିକି ଆପଣ କେତେ ଗୁଡିଏ ଅତି ସାଧାରଣ ଘରୋଇ ତରିକରେ ବି ତ୍ୱଚା ସମସ୍ୟାରୁ ମୁକ୍ତି ପାଇପାରିବେ ।

ଖାଦ୍ୟପେୟରେ ଅନିୟମିତତା ତଥା ମାତ୍ରାଧିକ ପ୍ରଦୂଷଣ କାରଣରୁ ମହିଳାଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଉଛି । କିଛି ଜଣଙ୍କ ମନରେ ଧାରଣା ରହିଛି ଯେ ତ୍ୱଚା ସମସ୍ୟା ଦେଖାଦେଲେ ମାହାଙ୍ଗା ତଥା ବ୍ରାଣ୍ଡେଡ ପ୍ରଡକ୍ଟ ବ୍ୟବହାର କଲେ ସମସ୍ୟା ଦୂର ହେବ । କିନ୍ତୁ ଜାଣନ୍ତିକି ଆପଣ କେତେ ଗୁଡିଏ ଅତି ସାଧାରଣ ଘରୋଇ ତରିକରେ ବି ତ୍ୱଚା ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଆଜି ଆମେ ଏମିତି କିଛି ଛୋଟ ଛୋଟ ଟିପ୍ସ ବାବଦରେ ଜାଣି ରଖିବା ଯାହାକୁ ବ୍ୟବହାର କରି ଆପଣ ତ୍ୱଚା ତଥା କେଶ ସହ ଜଡିତ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ପାଇପାରିବେ ।

ଜାଣିରଖନ୍ତୁ କନସିଲର ଲଗାଇବାର ସଠିକ ତରିକା

ଚେହେରାରୁ ଦାଗ ଆଦିକୁ ଲୁଚାଇବା ହେଉଛି କନସିଲରର ମୁଖ୍ୟ କାମ । ଏହାକୁ ସବୁବେଳେ ନିଜ ମୁହଁରେ ଓଲଟା ଭାବରେ ବୁଲାଇ ଲଗାନ୍ତୁ । ଦେଖିବେ ଚେହେରା କେମିତି ଚମକି ଉଠିବ ।

ଦେଶୀ ଘିଅ ଲଗାନ୍ତୁ

ପ୍ରତିଦିନ ଚେହେରାରେ ଦେଶୀ ଘିଅ ମାଲିସ କରନ୍ତୁ । ଏହା ଦ୍ୱାରା ସ୍କିନ ମୁଲାୟମ ହେବା ସହିତ ଦାଗ ସମସ୍ୟା ବି ଦୂର ହେବ ।

ଅଦା ରସ

ଏକ୍ସପର୍ଟଙ୍କ ଅନୁସାରେ, ପ୍ରତିଦିନ ୧ ରୁ ୨ ଚାମଚ ଅଦା ରସ ପିଇବା ଦ୍ୱାରା ରକ୍ତ ସଫା ହୋଇଥାଏ । ସ୍କିନରେ ଚମକ ଆସିଥାଏ । ଦାଗ ବ୍ରଣ ଇନଫେକ୍ସନ ସମସ୍ୟା ଦୂର ହେବ ।

ଅଧା ଚାମଚ କ୍ଷୀରରେ ଅଳ୍ପ ଲେମ୍ବୁ ରସ ମିଶାଇ ଚେହେରାରେ ମାଲିସ କରନ୍ତୁ । ଦେଖିବେ ଚେହେରାରେ ଏକ ଚମକ ଆସିବ ।

ଅଏଲି ସ୍କିଂନ ପାଇଁ ପ୍ୟାକ

ଗୋଟେ ଚୁଟକୀ ହଳଦୀ ପାଉଡର, ଅଧା ଚାମଚ ଲେମ୍ବୁ ରସ, ଗୋଟେ ଛୋଟ ଚାମଚ ମହୁ ମିଶାଇ ଚେହେରାରେ ୧୦ ମିନିଟ ପାଇଁ ମାଲିସ କରନ୍ତୁ । ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏମିତି କରନ୍ତୁ । ଏହି ପ୍ୟାକ ତ୍ୱଚାରୁ ଅତ୍ୟଧିକ ତେଲିଆ ପଣକୁ ଦୂର କରିଦେବ ।

ଦହିରେ ଧୁଅନ୍ତୁ କେଶ

ସାମ୍ପୁ ବଦଳରେ ଦହିରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ସେଥିରେ କେଶ ଧୁଅନ୍ତୁ | କେଶ ଝଡ଼ିବା ବନ୍ଦ ହେବା ସହ ଏକ ପ୍ରକାର ଚମକ ଆସିବ ।

ମେଥି ଦାନା ପେଷ୍ଟ

ମେଥି ଦାନାର ଏକ ପେଷ୍ଟ ପ୍ରସ୍ତୁତ କରି ମୁଣ୍ଡର ସ୍କଲପରେ ମାଲିସ କରନ୍ତୁ । ଏମିତି କରିବାର ୩୦ ମିନିଟ ପରେ ଧୋଇନେବେ । ସପ୍ତାହକୁ ଦୁଇ ରୁ ତିନି ଥର ଏପରି କଲେ କେଶ ମଜବୁତ ହେବା ସହ ଲମ୍ବା, ଘନ ତଥା ଚମକଦାର ହେବ ।

ଶୋଇବା ପୂର୍ବରୁ ଲଗାନ୍ତୁ ହଳଦୀ-କ୍ଷୀର ପ୍ୟାକ

ଶୋଇବା ପୂର୍ବରୁ ୨ ଚାମଚ କ୍ଷୀରରେ ଗୋଟେ ଚୁଟକୀ ହଳଦୀ ମିଶାଇ ଚେହେରାରେ ଧୀରେ ଧୀରେ ମାଲିସ କରନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି କଲେ ତ୍ୱଚାରୁ ବ୍ରଣ ଜନିତ ସମସ୍ୟା ଆଦି ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.