ପୋଖରୀରେ ପଡି ନାଁ ବାଳକ ମୃତ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଗୋବିନ୍ଦପୁର ଗ୍ରାମରେ ଖେଳୁ ଥିବା ବେଳେ ପୋଖରୀରେ ବୁଡି ନାଁ ବାଳକର ମୃତ୍ୟୁ ଘଟିଛି ।

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଗୋବିନ୍ଦପୁର ଗ୍ରାମରେ ଖେଳୁ ଥିବା ବେଳେ ପୋଖରୀରେ ବୁଡି ନାଁ ବାଳକର ମୃତ୍ୟୁ ଘଟିଛି । ମୃତକ ସେହି ଗ୍ରାମର ଖଗେଶ୍ୱର ଜେନାଙ୍କ 4 ବର୍ଷୀୟ ଶିଶୁ ପୁତ୍ର ହିମାଂଶୁ ଜେନା ବୋଲି ଜଣା ପଡିଛି । ଆଜି ହିମାଂଶୁ ଘର ପାଖରେ ଖେଳୁଥିବା ବେଳେ ପାଖରେ ଥିବା ପୋଖରୀରେ ପଡି ଯାଇଥିଲା । ପୁଅ ଖେଳୁ ଥିବା ନଦେଖିବାକୁ ପାଇ ପୋଖରୀରେ ଖୋଜା ଖୋଜି କରିଥିଲେ । ହେଲେ ଗୁରୁତର ଅବସ୍ଥାରେ ତାକୁ ପାଣିରୁ ଉଦ୍ଧାର କରି ନିକଟସ୍ତ ବାସୁଦେବପୁର ଡାକ୍ତର ଖାନାକୁ ନେଇ ଆସିଥିଲେ । ହେଲେ ଡାକ୍ତର ଏଠାରେ ତାକୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.