Below header

ଆଖି ପାଇଁ ବହୁ ଲାଭଦାୟକ ହଳଦୀରେ ପ୍ରସ୍ତୁତ ଆଇଡ଼୍ରପ୍ : ବୈଜ୍ଞାନିକଙ୍କ ଦ୍ବାରା ପ୍ରମାଣିତ

ହଳଦୀକୁ ଆପଣ ଅଧିକାଂଶ ରୋଷେଇ କାର୍ୟ୍ୟରେ ବ୍ୟବହାର କରିଥାନ୍ତି। ଏହା କେବଳ ଆପଣଙ୍କ ଖାଦ୍ୟର ସ୍ବାଦକୁ ବଢ଼ାଇ ନଥାଏ ବରଂ ଅନେକ ପ୍ରକାରର ରୋଗରୁ ମଧ୍ୟ ଆପଣଙ୍କୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଆଖିର ଓପ୍ଟିକ ନର୍ଭ( ଆଖିର ଦ୍ରୁଷ୍ଟିକୁ କ୍ଷତି ପହଁଚାଇଥାଏ) ପାଇଁ ହଳଦୀ ବହୁତ ଲାଭବାନ ହୋଇଥାଏ।

ନିକଟରେ ହୋଇଥିବା ବୈଜ୍ଞାନିକ ଅଧ୍ୟୟନରୁ ଜାଣିବାକୁ ମିଳିଛି, ହଳଦୀକୁ ଆଇ ଡ୍ରପ ଭାବରେ ବ୍ୟବହାର କରିବା ଦ୍ବାରା ରେଟିନା କୋଶିକାକୁ କମ କରାଯାଇ ପାରିବ। ବୈଜ୍ଞାନିକ ମାନେ ମୂଷାଙ୍କ ଉପରେ ଏହି ପରୀକ୍ଷା କରି ଏହି ତଥ୍ୟକୁ ସାମ୍ନାକୁ ଆଣିଛନ୍ତି। ଏହାକୁ ’ଜେନେରାଲ ସାଇଣ୍ଟିଫିକ ରିପୋଟର୍ସ’ରେ ରିସର୍ଚ୍ଚ କରାଯାଇଥିଲା।

ୟୁନିର୍ଭସିଟି ଅଫ୍ କଲେଜ ଲଣ୍ଡନ ଏବଂ ବ୍ରିଟେନର ଇମ୍ପେରିଆଲ କଲେଜ ଅନୁଯାୟୀ, ହଳଦୀରୁ ବାହାର କରାଯାଇଥିବା କରକ୍ୟୁମିନରୁ ବନା ଯାଇଥିବା ଆଇଡ୍ରପ ଆପଣଙ୍କ ଆଖି ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ପରୀକ୍ଷଣରୁ ଜଣାପଡିଛିଯେ ଏହାକୁ ଆଖିରେ ପକାଇବା ଦ୍ବାରା ରେଟିନଲ ସେଲ୍ସକୁ ହେଉଥିବା କ୍ଷତି କମ ହୋଇଥାଏ।

ୟୁନିଭର୍ସିଟି ଲଣ୍ଡନର ପ୍ରଫେସର କଲେଜ କହନ୍ତି, ଏହା ଗ୍ଲୁକୋମା ଏବଂ ଅଲଜାଇମର ରୋଗର ଚିକିତ୍ସା ପାଇଁ ସାହାଯ୍ୟକାରୀ ହୋଇଥାଏ। ଏଥିରୁ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.