ଖିଲିଖିଲି ହସରେ ଅନ୍ୟକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ୫ଟି ଉପାୟ !

ଖିଲିଖିଲି ହସ ସମସ୍ତଙ୍କୁ ନିଜଆଡକୁ ଆକର୍ଷଣ କରିଥାଏ । କିନ୍ତୁ ଏହି ହସ ପାଇଁ ମୋତି ଭଳି ଦାନ୍ତ ଥିବା ଉଚିତ୍ । ହେଲେ ବେଳେବେଳେ ଏହି ଦାନ୍ତ ଉପରେ ମଇଳା ଜମି ଯାଇଥାଏ । ଦାନ୍ତ ହଳଦୀଆ ରଙ୍ଗର ହୋଇଯାଇଥାଏ ନଚେତ୍ କଳା ରଙ୍ଗର ଲାଇନ୍ ପଡିଯାଇଥାଏ ଯାହା ଆମକୁ ଅନ୍ୟ ଆଗରେ ଅପଦସ୍ତ କରିଥାଏ । ଏହି ସମସ୍ୟାର କାରଣ ପାଇଁ ଅନେକ ଲୋକ ଖୋଲିକରି ହସି ପାରନ୍ତି ନାହିଁ । ଏହା ଛଡା କିଛି ଲୋକ ଅନ୍ୟ ସାମ୍ନାରେ କଥା ହେବା ମଧ୍ୟ ଛାଡିଦେଇଥାନ୍ତି । ଏହି ସମସ୍ୟା ପାଇଁ ଲୋକମାନେ ଅନେକ ପ୍ରକାରର କେମିକାଲ୍ ଯୁକ୍ତ ଜିନିଷ ବ୍ୟବହାର କରିଥାନ୍ତି । ଯାହା ଦ୍ବାରା ଦାନ୍ତ ଖୁବ୍ କମ୍ ଦିନରେ ନଷ୍ଟ ହୋଇଯାଇଥାଏ । ଯଦି ଆପଣ କୌଣସି ବିନା ସାଇଡିଫେକ୍ଟରେ ହଳଦୀଆ ରଙ୍ଗରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ସବୁ ଜିନିଷର ବ୍ୟବହାର କରନ୍ତୁ । ଏହା ବ୍ୟବହାର କରିବା ପରେ ଆପଣ ହଳଦୀଆ ରଙ୍ଗରୁ ମୁକ୍ତି ପାଇପାରିବେ ।

• କମଳା ଚୋପା : ହଳଦୀଆ ଦାନ୍ତକୁ ସଫା କରିବା ପାଇଁ କମଳାର ଚୋପାକୁ ଦାନ୍ତରେ ଲଗାନ୍ତୁ । କମଳା ଚୋପାକୁ ଛିଣ୍ଡାଇ ଶୁଖାଇବା ପରେ ଏହାକୁ ଭଲଭାବରେ ପେଶି ଦିଅନ୍ତୁ । ତାପରେ ଏହାକୁ ଦାନ୍ତରେ କିଛି ସମୟ ଯାଏ ରଗଡନ୍ତୁ ଦେଖିବେ ଏପାରି ନିୟମିତ କରିବା ଦ୍ବାରା ଆପଣଙ୍କ ଦାନ୍ତର ରଙ୍ଗର ପୁଣି ଧଳା ହୋଇଯିବ । ଏହାକୁ ଗୋଟେ ଦିନରେ ୩ରୁ ୪ ଥର ବ୍ୟବହାର କରନ୍ତୁ ।

• କଦଳୀ : କଦଳୀ ମଧ୍ୟ ଦାନ୍ତର ହଳଦୀଆ ରଙ୍ଗକୁ ସଫା କାରିଥାଏ । ପ୍ରଥମେ କଦଳୀକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏହା ପରେ ସେହି କଟାଯାଇଥିବା କଦଳୀକୁ ଦାନ୍ତରେ ୨ରୁ ୩ ମିନିଟ୍ ଯାଏ ଲଗାଇ ରଖନ୍ତୁ ଏବଂ ଧିରେ ଧିରେ ମାଲିସ୍ କରନ୍ତୁ ଏହା ପରେ ଅଳ୍ପ ଉଷୁମ୍ ପାଣିରେ କୁଳି କରି ନିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ବାରା ଆପଣ ଜାଣିପାରିବେ ପରିବର୍ତ୍ତନକୁ ।

• ନଡିଆ ତେଲ : ମୋତି ଭଳି ଦାନ୍ତ ପାଇବା ପାଇଁ ଆପଣଙ୍କୁ ନିୟମିତି ନଡିଆରେ ପ୍ରସ୍ତୁତ ତେଲକୁ ବ୍ୟବହାର କରନ୍ତୁ । ନଡିଆ ତେଲକୁ ଦାନ୍ତରେ ମାଲିସ୍ କରନ୍ତୁ । ଏହା ପରେ ଉଷୁମ୍ ପାଣିରେ କୁଳି କରନ୍ତୁ ଏବଂ କିଛି ସମୟ ପରେ ବ୍ରସ୍ କରିନିଅନ୍ତୁ । ପ୍ରତ୍ୟେକ ଦିନ ଦାନ୍ତରେ ନଡିଆ ତେଲ ଲଗାଇବା ଦ୍ବାରା ଦାନ୍ତ ଚମକି ଥାଏ ।

• ହଳଦୀ : ହଳଦୀଆପଣ ଦୂର କରିବା ପାଇଁ ବ୍ରସରେ କିଛି ହଳଦୀ ଲଗାଇ ଦାନ୍ତରେ ଘସନ୍ତୁ । ଏହାପରେ ଦାନ୍ତକୁ ପାଣି ସାହାଯ୍ୟରେ ସଫା କରିନିଅନ୍ତିୁ । ଏବଂ ଏହା ପରେ ଟୁଥପେଷ୍ଟରେ ବ୍ରସ୍ କରନ୍ତୁ। ଏହି ଉପାୟଟି ଦାନ୍ତକୁ ସଫା କରିବାର ସରଳ ଉପାୟ ଅଟେ ।

• ବେକିଙ୍ଗ୍ ସୋଡା : ଏକ ଚାମଚ୍ ସୋଡାରେ ଚିମୁଟାଏ ଲୁଣ ମିଶାନ୍ତୁ ଏବଂ ପାଣି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରିନିଅନ୍ତୁ । ଏହି ପେଷ୍ଟ୍ କୁ ୨-୩ ମିନିଟ୍ ଧରି ଦାନ୍ତରେ ରଗଡନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.