Below header

ଏବେ ପାହାଡରେ ନୁହେଁ ବିଲଡିଂରେ ବହୁଛି ଝରଣା : କେଉଁଠି ଏହି ସ୍ଥାନ ଜାଣିବା ପାଇଁ ପଢନ୍ତୁ

ଝରଣା ପ୍ରକୃତିର ଏକ ଏମିତି ରୂପ ଯାହାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରରୁ ପାହାଡ ଏବଂ ଜଙ୍ଗଲକୁ ଯାଇଥାନ୍ତି । ଯାହାକୁ ଦେଖି ଚିନର ଏକ କନଷ୍ଟ୍ରକ୍ସନ୍ କମ୍ପାନୀର ମୁଣ୍ଡକୁ ଏକ ଉପାୟ ଆସିଲା ଯେ କାହିଁକି ନା ଆମେ ଝରଣାକୁ ଲୋକମାନଙ୍କ ପାଖକୁ ନେଇଆସିବା । ଯେଉଁ ଠାରେ ଯେଉଁ ସହରରେ ସେମାନେ ରହୁଛନ୍ତି । Guizhou Ludiya Property Management କମ୍ପାନୀଏହି କାରନାମା କରିଛନ୍ତି । ଏକ ଗଗନଚୁମ୍ବି ବିଲଡିଂରେ ଝରଣା ଫିଟ୍ କରାଇଦେଇଛି ଏହି କମ୍ପାନୀ। ଯାହା କିଛି ଲୋକଙ୍କୁ ଅଧିକ ଆକର୍ଷଣ ଲାଗିବା ସହ କିଛି ଲୋକ ଏହାର ଆଲୋଚନା କରୁଛନ୍ତି ।

 

ଏଥିରେ ତିଳେ ହେଲେ ବି ସନ୍ଦେହ ନାହିଁ କି ଏହା ସୁନ୍ଦର ଦେଖାଯାଉ ନାହିଁ । କିନ୍ତୁ ଆଲୋଚନା ଏହାକୁ ତିଆରି କରିବାକୁ ନେଇ ହେଉଛି । ଏହାକୁ ଚିନର Guizhou ସହରରେ ତିଆରି କରାଯାଇଛି । ଏହାର ଉଚ୍ଚତା ୩୫୦ଫୁଟ । ପାଣିକୁ ରି-ସାଇକେଲ କରିବା ପରେ ଏତିକି ଉଚ୍ଚା ଉପରକୁ ଉଠାଇବା ପାଇଁ ୪ଟି ବଡ ବଡ ମୋଟରର ଦରକାର ପଡିଥାଏ । କୁହାଯାଏକି, ୪ଟି ମୋଟରକୁ ଚଲାଇବାରେ ପ୍ରତିଘଣ୍ଟାକୁ ଶହେ ଡଲାର୍ ଖର୍ଚ୍ଚ ହୋଇଥାଏ ।

ଏବେ ଏହା ସହରର ଏକ ପ୍ରମୁଖ ପ୍ରର୍ୟ୍ୟଟନସ୍ଥଳ ହୋଇସାରିଛି । ଲୋକମାନେ ଦୂରଦୂଦାନ୍ତରରୁ ଏହି ଝରଣା ବିଲଡିଂକୁ ଦେଖିବା ପାଇଁ ଆସୁଛନ୍ତି । ଏହି ଝରଣାଟି ସବୁ ସମୟରେ ଚାଲେ ନାହିଁ ବରଂ ଏହାକୁ କିଛି ଖାସ୍ ଦିନରେ ଚଲାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.