Below header

ଗର୍ଭାବସ୍ଥାରେ କରନ୍ତୁ ଏହି ୩ଟି ଆସନ, ଲାଘବ ହେବ ପ୍ରସବବେଦନା

ସାଧାରଣତଃ ଲୋକଙ୍କ ଧାରଣା ଥାଏ ଯେ, ଗର୍ଭାବସ୍ଥାରେ କୌଣସି ଯୋଗ ପ୍ରାଣାୟମ କରିବା କଥା ନୁହେଁ। ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଚାପ ପଡ଼ିପାରେ ଆଶଙ୍କା କରି ଲୋକେ ଭୟ କରିଥାନ୍ତି। କିନ୍ତୁ ଏହି ସମ୍ପୂର୍ଣ୍ଣ ଭୁଲ। ବରଂ ଗର୍ଭାବସ୍ଥାରେ ଯୋଗ ପ୍ରାଣାୟାମ କରିବା ଦ୍ୱାରା ଗର୍ଭବତୀ ମା’ ସମେତ ଶିଶୁର ବିକାଶ ଘଟେ। ଏଥିସହ ପ୍ରସବ ବେଳେ ମଧ୍ୟ କଷ୍ଟ ହୁଏ ନାହିଁ। ତେବେ ସବୁ ପ୍ରାଣାୟାମ ଶରୀର ପାଇଁ ଠିକ୍‌ ହୋଇନଥାଏ। ଆସନ୍ତୁ ଜାଣିବା ଗର୍ଭାବସ୍ଥା ବେଳେ ମହିଳାମାନେ କେଉଁ ଆସନ କରିବା ଉଚିତ:

ଏହାସହ ପଢ଼ନ୍ତୁ: ଏକତରଫା ନୁହେଁ ତ ଆପଣଙ୍କ ପ୍ରେମ, ଏହି ଚାରୋଟି ସଙ୍କେତରୁ ପାଆନ୍ତୁ ଉତ୍ତର

୧. ପର୍ଯ୍ୟାଙ୍କାସନ:

ଏହି ଆସନକୁ ମହିଳାମାନେ ଗର୍ଭଧାରଣର ପ୍ରାରମ୍ଭିକ ଅବସ୍ଥାରେ କରିପାରିବେ। ଏହା ଏକ ସରଳ ଆସନ। ପ୍ରଥମେ ଚଟାଣରେ ଏକ ଚଟେଇ ପକାଇ ସିଧା ଶୋଇପଡ଼ନ୍ତୁ। ଏବେ ପାଦ ନିତମ୍ବକୁ ସ୍ପର୍ଶ କରିବା ଭଳି ଗୋଡ଼ ଭାଙ୍ଗନ୍ତୁ। ଏଭଳି ପୋଜିସନ୍‌ରେ ନିଜ ସୁବିଧା ଅନୁସାରେ କିଛି ସମୟ ରୁହନ୍ତୁ। ତାପରେ ଆଣ୍ଠୁ ସିଧା କରି ପୂର୍ବାବସ୍ଥାକୁ ଫେରିଆସନ୍ତୁ। ପର୍ଯ୍ୟାଙ୍କାସନ କରିବା ଦ୍ୱାରା ଜଙ୍ଘ ଓ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଗର୍ଭାବସ୍ଥାରେ ନିୟମିତ ଏହି ଆସନ କରୁଥିବା ମହିଳାଙ୍କ ପ୍ରସବ ବେଦନା ହୋଇନଥାଏ।

୨. ଭଦ୍ରାସନ:

ଗର୍ଭବତୀ ମହିଳାମାନେ ଖୁବ୍‌ ସହଜରେ ଭଦ୍ରାସନ କରିପାରିବେ। ଏହି ଆସନର ମୁଦ୍ରା ପ୍ରଜାପତି ଭଳି ଦିଶୁଥିବାରୁ ଏହାକୁ ବଟରଫ୍ଲାଏ ପୋଜ୍‌ ମଧ୍ୟ କୁହାଯାଏ। ଭଦ୍ରାସନ କରିବା ପାଇଁ ପ୍ରଥମେ ଚଟାଣରେ ଚକାମେଲି ପକାଇ ବସିଯାଆନ୍ତୁ। ଏବେ ଦୁଇ ପାଦକୁ ନମସ୍କାର କରିବା ଭଳି ରଖି ହାତରେ ଧରନ୍ତୁ। ଧୀରେ ଧୀରେ ଗୋଡ଼କୁ ଉପର ତଳ କରନ୍ତୁ। ଦିନକୁ ପ୍ରାୟ ୨ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ଆପଣ ଏହି ଆସନ କରିପାରିବେ।

୩. ଯଷ୍ଟିକାସନ:

ଯଷ୍ଟିକାସନ ଗର୍ଭବତୀଙ୍କ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଏହି ଆସନ କରିବା ପାଇଁ ପ୍ରଥମେ ଭୂମିରେ ସିଧା ଶୋଇପଡ଼ନ୍ତୁ। ଏବେ ଦୁଇ ଗୋଡ଼କୁ ପରସ୍ପର ସହ ଲଗାଇ ରଖନ୍ତୁ। ଧୀରେ ଧୀରେ ନିଃଶ୍ୱାସ ନେଇ ଦୁଇ ହାତକୁ ମୁଣ୍ଡ ଉପରକୁ ନିଅନ୍ତୁ। ଏଭଳି ପୋଜ୍‌ରେ ୩-୪ ମିନିଟ୍‌ ରୁହନ୍ତୁ। ଏହି ଆସନ କରିବା ଦ୍ୱାରା ଶରୀରର ଆକାର ଠିକ୍‌ ରହିଥାଏ। ଏଥିସହ ମାନସିକ ଶାନ୍ତି ମଧ୍ୟ ମିଳେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.