ନୂଆ କମ୍ପୋଜର ଓ ସିଙ୍ଗର ମାନଙ୍କ ପାଇଁ ହିମେଶ ରେଶମୀୟା ଦେଲେ ଏପରି ଉପଦେଶ, ଯାହା ବନାଇଦେବ ଆପଣଙ୍କୁ ସୁପରହିଟ

ସିଙ୍ଗର ହିମେସ ରେଶମୀୟା ଆଜିକାଲି ନିଜର ନୂଆ ଫିଲ୍ମ ‘ହାପି ହାର୍ଡ଼ି ଆଣ୍ଡ ହିର’କୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ମୁଭିର ଗୀତ ଗୁଡିକ ମାର୍କେଟ୍କୁ ଆସିସାରିଲାଣି । ଏହି ଫିଲ୍ମରେ ହିମେସ ସୋସିଆଲ ମିଡ଼ିଆର ସେନ୍ସେସନ ରାନୁ ମଣ୍ଡଳଙ୍କୁ ବ୍ରେକ ଦେଇଛନ୍ତି । ସେ ହିମେସଙ୍କ ଫିଲ୍ମରେ 3ଟି ଗୀତ ଗାଇଛନ୍ତି । ବର୍ତ୍ତମାନ ହିମେସ ନୂଆ କମ୍ପୋଜର ଏବଂ ସିଙ୍ଗର ମାନଙ୍କୁ କିଛି ସ୍ୱତନ୍ତ୍ର ଉପଦେଶ ଦେଇଛନ୍ତି ।

ହିମେସ କହିଛନ୍ତି “ଆଜିର ସମୟରେ ବ୍ରେକ ମିଳିବା ଏକ ସହଜ କଥା କିନ୍ତୁ ଅସୁବିଧା ଏହା ଯେ ଆପଣ ତିଷ୍ଠି ରହିବେ କିପରି ? ବ୍ରେକ ତ ମିଳିଯାଇଥାଏ କିନ୍ତୁ ସଷ୍ଟେନ କରିବା ବହୁତ ମୁସ୍କିଲ । ପୂର୍ବରୁ ଏପରି ନଥିଲା କାରଣ ପୂର୍ବରୁ ଏତେ ସହଜରେ ବ୍ରେକ ମିଳୁନଥିଲା କିନ୍ତୁ ଥରେ ବ୍ରେକ ମିଳିବିବା ପରେ ଲୋକ ସଷ୍ଟେନ କରିପାରୁଥିଲେ । ଏଥିପାଇଁ ପରିଶ୍ରମ କରିବା ବହୁତ ଜରୁରୀ ଅଟେ । ଗୋଟିଏ କିମ୍ବା ଦୁଇଟି ଗୀତ ହିଟ ହୋଇଯାଇପାରେ କିନ୍ତୁ ଆଗକୁ ତାହା କିପରି ଜାରି ରଖାଯିବ ?”

ଏହାସହ ପଢନ୍ତୁ Bigg Boss 13 : ସାମ୍ନାକୁ ଆସିଲା ସଦସ୍ୟଙ୍କ ନାମ, ଦେଖନ୍ତୁ ତ ଆପଣଙ୍କ ପ୍ରିୟ ଷ୍ଟାରଙ୍କ ଚେହେରା ଅଛି କି ସାମିଲ

ହିମେସଙ୍କ କହିବା ଅନୁଯାୟୀ ‘ଜଣେ କମ୍ପୋଜରର ୨୫ଟି ଗୀତ ଯଦି ଶୁଣିବା ଭଳି ହୋଇଥାଏ ତାହେଲେ ସେ ୨୫୦୦ଟି ଗୀତ ତିଆରି କରନ୍ତୁ ଏବଂ ସେ ପ୍ରତିଦିନ ଗୋଟିଏ ଗୀତ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରନ୍ତୁ ଯାହାକି ମୁଁ ଆଜିବି କରିଥାଏ । ଗତ ଚାରି ବର୍ଷ ମଧ୍ୟରେ ମୁଁ ୭୦୦ ଗୀତ ପ୍ରସ୍ତୁତ କରିସାରିଛି । ତେଣୁ ସଷ୍ଟେନ କରିବା ପାଇଁ ପରିଶ୍ରମ କରିବା ନିହାତି ଜରୁରୀ ଅଟେ । ପୂର୍ବରୁ ସିଙ୍ଗର ମାନେ ଭାବୁଥିଲେ କି ମୋତେ କେଉଁ କମ୍ପୋଜର କଲ କରିବେ ଏବଂ କମ୍ପୋଜର ମାନଙ୍କର ଅପେକ୍ଷା କରିବାକୁ ପଡୁଥିଲା କିନ୍ତୁ ଆଜିର ସମୟରେ କମ୍ପୋଜରଙ୍କ ପାଖକୁ ଯିବାକୁ ପଡିଥାଏ ନଚେତ ନିଜେ କମ୍ପୋଜର ହେବାକୁ ପଡ଼ିଥାଏ । ସେହି ଗୀତ ପ୍ରଥମେ ନିଜେ ନିଜକୁ ଦେବା ଆବଶ୍ୟକ ।’

Image result for himesh reshammiya

ଏହାସହିତ ସେ କହିଥିଲେ ଯେ “ଯଦି କମ୍ପୋଜର ହିମେସ ରେଶମୀୟା ସିଙ୍ଗର ହିମେସ ରେଶମୀୟାଙ୍କୁ ‘ଆଶିକ ବନାୟା’ରେ ବ୍ରେକ ଦେଇନଥାନ୍ତେ ତାହେଲେ ମୁଁ ଆଜି ମୁଁ ହୋଇପାରି ନଥାନ୍ତି । ସେଥିପାଇଁ ମଲ୍ଟିଟ୍ୟାଲେଣ୍ଟେଡ ହୋଇ ଆପଣଙ୍କୁ କମ୍ପୋଜିସନ ପଛରେ ନିଜକୁ ଯିବାକୁ ପଡିବ । ନଚେତ ନିଜକୁ ଏକ କମ୍ପୋଜର ବନିବାକୁ ପଡିବ । ସେଥିପାଇଁ ପରିଶ୍ରମ କରନ୍ତୁ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.