ବାଣପୁର: ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ,  ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍

ବାଲୁଗାଁ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ।ସଲପେଡି ଗ୍ରାମରେ ମସଜିଦ୍ ନିର୍ମାଣର ବିଲ ପାସ କରାଇଦେବାକୁ କହି ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପଡିଲେ ଭିଜିଲାନ୍ସ ଜାଲରେ । ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଲାଇ ମଗବୁଲ କଳାପାହାଡ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ପାଇଁ ଦାବି କରିଥିଲେ। ପରେ ବାରମ୍ବାର ମଗବୁଲଙ୍କୁ ହଇରାଣ ମଧ୍ୟ କରୁଥିଲେ । ଏନେଇ ମଗବୁଲ ଭିଜିଲାନ୍ସର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ ଏହାକୁ ଗୁରୁତ୍ବଭାବେ ନେଇଥିଲେ ଓ ମଗବୁଲଙ୍କ ଠାରୁ ୨୦ ହଜାରଟଙ୍କା  ଲାଞ୍ଚ ନେଉଥିବା ସମୟରେ ଯନ୍ତ୍ରୀଙ୍କୁ ଗିରଫ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.