Below header

ଚା’ରେ ଚିନି ସ୍ଥାନରେ ମିଶାନ୍ତୁ ଗୁଡ଼, ଜାଣନ୍ତୁ ଏହାର ଫାଇଦା

ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ ସୌକିନ ଥାନ୍ତି । ଏହାଛଡ଼ା ଅଧିକାଂଶ ଲୋକ କାମ କରିବା ବେଳେ ମଧ୍ୟ ଚା’ ପିଇଥାନ୍ତି । କୁହାଯାଏ ଚା’ ପିଇଲେ ଶରୀରକୁ ସ୍ଫୁର୍ତ୍ତି ମିଳିଥାଏ । ଅଧିକାଂଶ ଲୋକେ ଚା’ରେ ଚିନି ନେଇଥାନ୍ତି । ହେଲେ ଚିନି ଅପେକ୍ଷା ଚା’ରେ ଗୁଡ଼ ନେଲେ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ହୋଇଥାଏ ।

କାରଣ ଯେତେ ଥର ଚା’ ପିଇବେ ଆପଣଙ୍କୁ ସେତେଥର ଚା’ରେ ଚିନି ନେବାକୁ ପଡ଼ିବ । ଯ ।ହାକି ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ହୋଇଥାଏ । ତେଣୁ ଚା’ରେ ଚିନି ଜାଗାରେ ଗୁଡ଼ ନେଲେ ଏହା ଅଧିକ ସୁରକ୍ଷିତ ହୋଇଥାଏ । ଜାଣନ୍ତୁ ଚା’ରେ ଗୁଡ଼ ନେବାରେ କ’ଣ ରହିଛି ଫାଇଦା ।

ପେଟର ଚର୍ବି କମ ହୋଇଥାଏ :

ଆପଣ ଜାଣନ୍ତି କି ଓଜନ କମାଇବାରେ ଗୁଡ଼ ଚା’ ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଗୁଡ଼ ଚା’ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଚିନି ମାତ୍ରା କମ୍‌ ରହିଥାଏ । ଶରୀର ଫିଟ ରହିଥାଏ ।

ମୁହଁରେ ଆସିଥାଏ ଚମକ :

ଚିନି ଅଧିକ ଖାଇବା ଦ୍ୱାରା ମୁହଁରେ ବ୍ରଣ ଓ କଳା ଦାଗ ଆସିଥାଏ । ତେଣୁ ଏଥିରୁ ମୁକୁଳିବାକୁ ହେଲେ ଆପଣ ଚା’ରେ ଗୁଡ଼ ଖାଆନ୍ତୁ । ଗୁଡ଼ ଖାଇବା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆସିଥାଏ ।

ପାଚନ ତନ୍ତ୍ର ଠିକ ରହିଥାଏ ଓ ରକ୍ତ ବୃଦ୍ଧି କରିଥାଏ :

ଗୁଡ଼ ଚା’ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ । ଏହା ସହ ଗ୍ୟାସ ଓ ଏସିଡିଟି ସମସ୍ୟା ରହିନଥାଏ । ଗୁଡ଼ରେ ଆଇରନ ମାତ୍ରା ଥିବାରୁ ଗୁଡ଼ ଚା’ ପିଇବା ଦ୍ୱାରା ଶରୀରରେ ରକ୍ତ ମାତ୍ରା କମ ହୋଇ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.