Below header

ଦେବା ଦେବୀଙ୍କ ମିଳିବ କୃପା, ଯଦି ପୂଜା ଘର ସହ ଜଡିତ ଏହି ସବୁ ଦିଗ ପ୍ରତି ଦେବେ ଧ୍ୟାନ

ଘର ଭିତରେ ଯେବେ ଆମେ ମନ୍ଦିର କରିବା ପାଇଁ ବାସ୍ତୁର ବିଚାର କରିଥାନ୍ତି। ତେବେ ନିଶ୍ଚିତ ଭାବରେ ଆମର ଧ୍ୟାନ ଉତ୍ତର ଏବଂ ପୂର୍ବ ଦିଗ ଆଡକଚ ଯାଇଥାଏ ଯାହାକୁ ଏୖଶାନ୍ୟ କୋଣ କୁହାଯାଏ। ବାସ୍ତୁ ଅନୁସାରେ ଏହା ପୂଜା ଘର ପାଇଁ ସବୁଠୁ ଶୁଭ ଏବଂ ପବିତ୍ର ଦିଗ ବୋଲି ଧରାଯାଏ। ଏୖଶାନ୍ୟ କୋଣରେ ହିଁ ମନ୍ଦିର କାହିଁକି ରହିବା ଆବଶ୍ୟକ ଏବଂ ମନ୍ଦିରରେ ପୂଜା କରିବା ସମୟରେ କେଉଁ ଦିଗ ବିଷୟରେ ଅଧିକ ଧ୍ୟାନ ରଖିବା ଆବଶ୍ୟକ।

ଏୖଶାନ୍ୟ କୋଣରେ ପୂଜା ଘର

ଏୖଶାନ୍ୟ କୋଣରେ ହୋଇଥିବା ପୂଜା ଘର ସବୁଠୁ ଅଧିକ ଶୁଭ ହୋଇଥାଏ। କାରଣ ଏହି ଦିଗରେ ଅଧିପତି ବ୍ରୁହଷ୍ପତି ଅଟେ। ତାହାର ତତ୍ତ୍ବଗତ ସ୍ବଭାବର ଅନୁରୂପ ଆଧ୍ୟାତ୍ମିକ ଉର୍ଜାର ସଞ୍ଚାର ସବୁଠୁ ଅଧିକ ହୋଇଥାଏ। ଏହି ଦିଗରେ ବସି ପୂଜା କରିବା ଦ୍ବାରା ଈଶ୍ବରଙ୍କ ପ୍ରତି ଧ୍ୟାନ ଏବଂ ସମର୍ପଣ ସମ୍ପୁର୍ଣ୍ଣ ଭାବରେ ହୋଇଥାଏ।

pooja room

ଏହି ଝରକାରୁ ବଢ଼ିଯାଏ ଶୁଭ

ଏୖଶାନ୍ୟ କୋଣରେ ଥିବା ପୂଜା ଘରେ ଶୁଭତା ସେତେବେଳେ ଅଧିକ ବଢ଼ିଯାଏ ଯେତେବେଳେ ପୂଜା ଘର ପାଖରେ ଏହି ଦିଗରେ ଏକ ଝରକା ତିଆରି ହୋଇଯିବ। ଏୖଶାନ୍ୟ କୋଣରେ ତିଆରି ହୋଇଥିବା ଝରକା ଶୁଭ ଏବଂ ଚୁମ୍ବକୀୟ ବିକିରଣ ରୂପରେ ଦେବତାଙ୍କର ପ୍ରବେଶ ଦ୍ବାର ହୋଇଥାଏ।

ଆହୁରି ପଢ଼ନ୍ତୁ : ଘରେ ଝଗଡା ହେବାର ଏହି ୫ଟି ବାସ୍ତୁ ଦୋଷ

ମୂର୍ତ୍ତୀକୁ ଏହି ଦିଗରେ ରଖନ୍ତୁ

ପୂଜା ଘରେ ଭଗବାନଙ୍କର ମୂର୍ତ୍ତୀ ସ୍ଥାପନା କରିବା ସମୟରେ ସବୁବେଳେ ଦିଗ ପ୍ରତି ଧ୍ୟାନ ରଖନ୍ତୁ। ଦେବୀ ଦେବତାଙ୍କର ମୂର୍ତ୍ତୀ ପୀଠ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ। କାରଣ ଯେତେବେଳେ ଆପଣ ପୂଜା କରିବାକୁ ବସିବେ ତେବେ ଆପଣଙ୍କ ସମ୍ମୁଖ ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ରହୁଥିବ।

temple1

ସିଡି ତଳେ କରନ୍ତୁ ନାହିଁ ପୂଜା ଘର

ପୂଜା ଘର ତିଆରି କରିବା ସମୟରେ ଏହା ଧ୍ୟାନ ରଖନ୍ତୁ ଯେ ଯେମିତି ଏହା କୌଣସି ସିଡି ତଳେ ନ ରହେ। ଏହା ସହିତ ଆପଣଙ୍କ ପୂଜା ଘର କୌଣସି ଶୌଚାଳୟ କିମ୍ବା ବାଥରୁମର ପାଖାପାଖି ତିଆରି କରିବା ଉଚିତ ନୁହେଁ।

ଏହା ସହ ପଢ଼ନ୍ତୁ : ବାସ୍ତୁ : ରୋଷେଇ ଘର ପାଇଁ କିଛି ବିଶେଷ ଟିପ୍ସ !

କାନ୍ଥକୁ ଲଗାଇ ମୂର୍ତ୍ତୀକୁ ରଖନ୍ତୁ ନାହିଁ

ପୂଜା ଘରେ ଦେବୀ ଦେବତାଙ୍କର ମୂର୍ତ୍ତୀକୁ କେବେବି କାନ୍ଥରେ ଲଗାଇ ରଖିବା ଉଚିତ ନୁହେଁ। ମୂର୍ତ୍ତୀକୁ ସବୁବେଳେ ମନ୍ଦିରର କାନ୍ଥ ଠାରୁ ୨ ଫୁଟ ଦୂରତାରେ ରଖନ୍ତୁ। ଏହା ସହିତ ନିଜେ କେବେ ମଧ୍ୟ ଲାଗିକି ପୂଜା କରିବା ଉଚିତ ନୁହେଁ।

puja house

ବୀମ୍ ତଳେ କରନ୍ତୁ ନାହିଁ ପୂଜା ଘର

ଧ୍ୟାନ ରଖନ୍ତୁ ଯେ କେବେ ବି ଆପଣଙ୍କ ପୂଜା ଘର ବିମ୍ ପାଖରେ ନ ରହୁ ଏବଂ ନିଜେ ମଧ୍ୟ ବିମ୍ ପାଖରେ ବସି ପୂଜା କରିବା ଉଚିତ ନୁହେଁ। ବିମ୍ ତଳେ ବସି ପୂଜାକରିବା ଦ୍ବାରା ଏକାଗ୍ରତା ଭଙ୍ଗ ହୋଇଥାଏ ତଥା ପୂଜାର ଶୁଭ ଫଳ ମିଳିବା ପରିବର୍ତ୍ତେ ରୋଗ ବ୍ୟାଦ୍ଧିର ଅଶଙ୍କା ବଢ଼ିଯାଏ।

କାହିଁକି ଆବଶ୍ୟକ ହୋଇଥାଏ ଗାଈର ଗୋବର

ପୂଜା ଘରର ଚଟାଣ ତିଆରି କରିବା ପୂର୍ବରୁ ସେହି ଯାଗାରେ ଗାଈର ଗୋବରରେ ଲେପନ କରିବା ଆବଶ୍ୟକ। ଏହା କୁହାଯାଏ ଯେ ଗାଈର ଗୋବର ବିଭିନ୍ନ ପ୍ରକାରର ବାସ୍ତୁ ଦୋଶକୁ ଦୂର କରିବା ପାଇଁ ସୁଖ ସମ୍ରୁଦ୍ଧି ଆଣିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.