Below header

ବିଚାରପତିଙ୍କୁ କାର୍ଯ୍ୟ ଦିବସରେ ମିଳିବନି ଛୁଟି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନୂଆ ଫର୍ମୂଲା

ବିଚାରପତିଙ୍କୁ କାର୍ଯ୍ୟ ଦିବସରେ ମିଳିବନି ଛୁଟି । ନୂଆ ଫର୍ମୂଲା ଲାଗୁ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । କାର୍ଯ୍ୟ ଦିବସ ଛୁଟି ଉପରେ ରୋକ ଲଗାଇଛନ୍ତି । ବହୁ ଦିନରୁ ପଡିରହିଥିବା ମାମଲାକୁ ଦୃଷ୍ଟିରେ ରଖି No Leave Policy ଲାଗୁ କରିଛନ୍ତି ପ୍ରଧାନ ବିଚାରପତି । ଏନେଇ ଭିଡିଓ କନଫରେନନ୍ସିଂରେ ହାଇକୋର୍ଟର ବିଚାରପତିମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନ ବିଚାରପତି । ଯେଉଁମାନେ କୋର୍ଟ କାର୍ଯ୍ୟରେ ନିୟମିତ ରହୁ ନାହାନ୍ତି, ସେମାନଙ୍କ ଉପରେ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କହିଛନ୍ତି ପ୍ରଧାନ ବିଚାରପତି । କାର୍ଯ୍ୟ ଦିବସରେ ଛୁଟି ନେବା ଦ୍ୱାରା କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଫଳରେ ବିଚାର ଅଭାବରୁ ପଡ଼ି ରହିଛି ଲକ୍ଷ ଲକ୍ଷ ମାମଲା । ବିଧି ବ୍ୟବସ୍ଥାକୁ ମାନୁ ନଥିବା ଓ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ସେଭଳି ବିଚାରପତିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କହିଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ । ବ୍ୟକ୍ତିଗତ ଭାବରେ ସେମାନଙ୍କ ସହ ଆଲୋଚନା କରିବେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.