ମହାଭାରତର ୧୦ ଭବିଷ୍ୟବାଣୀ, ଯାହା କଳିଯୁଗରେ ହେଉଛି ସତ

ହିନ୍ଦୁ ଧର୍ମରେ ବେଦ, ପୁରାଣ ଏବଂ ଗ୍ରନ୍ଥର ଖୁବ୍ ମହତ୍ବ ରହିଛି । ଗ୍ରନ୍ଥରେ ରାମାୟଣ ଏବଂ ମହାଭାରତକୁ ଜୀବନର ସାର ବୋଲି କୁହାଯାଇଛି । ତେବେ ଏହି ଗ୍ରନ୍ଥରେ ଲେଖାଯାଇଥିବା କିଛି କଥା ଏହି କଳିଯୁଗରେ ସତ ହେଉଛି । ମହାଭାରତରେ ଏମିତି ଅନେକ ରହସ୍ୟ ଅଛି ଯାହା ବିଷୟରେ ଆପଣ ଅନଭିଜ୍ଞ । ସେହିପରି ମହାଭାରତରେ ଅନେକ ବ୍ୟବହାରିକ କଥା ଲେଖାଯାଇଛି । ଯାହାକୁ ପଢି ଆପଣ ନିଜର ସମସ୍ୟାର ସମାଧାନ କରିପାରିବେ । ଆଜି ଆମେ ଆପଣଙ୍କୁ କହିବୁ ମହାଭାରତର ଭବିଷ୍ୟବାଣୀ ବିଷୟରେ ଜଣାଇବୁ ଯାହା କଳିଯୁଗରେ ସତ ହେଉଛି ।

Happy Couple– ମହାଭାରତରେ ଲେଖାଯାଇଛି ଯେ କଳିଯୁଗରେ ବିନା ବିବାହରେ ସ୍ତ୍ରୀ ଏବଂ ପୁରୁଷ ଗୋଟିଏ ଛାତ ତଳେ ରହିବେ । ଲୋକମାନଙ୍କୁ ବ୍ୟବସାୟରେ ସଫଳତା ଛଳରେ ମିଳିବ । ପ୍ରାଚୀନ କାଳରେ ବ୍ରାହ୍ମଣମାନେ ଶରୀରରେ ଅନେକ ଆଭୂଷଣ ପିନ୍ଧୁଥିଲେ । କିନ୍ତୁ କଳିକାଳରେ ସେହି ବ୍ରାହ୍ମଣ କେବଳ ଗୋଟିଏ ସୂତା ଅର୍ଥାତ୍ ପଇତା ପିନ୍ଧି ବ୍ରାହ୍ମଣ ହେବର ପରିଚୟ ଦେବେ ।

– ମହାଭାରତରେ କୁହାଯାଇଛି କଳିକାଳରେ ଯେଉଁ ଲୋକ ଯେତିକି ଧନୀ ହେବ ତାକୁ ସେତିକି ଗୁଣବାନ୍ ବୋଲି କୁହାଯିବ । ନ୍ୟାୟ ଏବଂ କାନୁନ୍ କେବଳ ଧନରେ ଆଧାରରେ ଲାଗୁ କରାଯିବ ।

– ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ କଳିକାଳରେ ଧର୍ମ, ସତ୍ୟବାଦିତା, ସ୍ବଚ୍ଛତା, ସହିଷ୍ଣୁତା, ଦୟା, ଜୀବନର ଅବଧି, ଶାରୀରିକ ଶକ୍ତି ଦିନକୁ ଦିନ କ୍ଷୀଣ ହୋଇଯିବ ।

money– କଳିକାଳରେ ଯେଉଁ ଲୋକ ଲାଂଚ ଦେବାରେ କିମ୍ବା ଧନ ଖର୍ଚ୍ଚ କରିବାରେ ସକ୍ଷମ ହେବ ନାହିଁ ତାକୁ ସଠିକ୍ ନ୍ୟାୟ ମିଳିବ ନାହିଁ । କିନ୍ତୁ ଯେଉଁ ଲୋକ ଚାଲାକ ଏବଂ ସ୍ବାର୍ଥପର ହେବ ତାକୁ କଳିଯୁଗରେ ଲୋକମାନେ ବିଦ୍ବାନ ବୋଲି କହିବେ ।

– ଏହା ସହ ମହଭାରତରେ କୁହାଯାଇଛି କଳିଯୁଗରେ ଲୋକମାନେ ଚିନ୍ତାଗ୍ରସ୍ତ ଏବଂ ଦୁଃଖରେ ରହିବେ । ସେମାନଙ୍କୁ ସର୍ବଦା ପେଟ ଏବଂ ପ୍ରେମର ଚିନ୍ତା ରହିବ । ସବୁ ବ୍ୟକ୍ତି କୌଣସି ନା କୌଣସି ରୋଗରେ ଗ୍ରସ୍ତ ରହିବେ । କଳିକାଳରେ ଲୋକମାନଙ୍କ ବୟସ କେବଳ ୨୦ କିମ୍ବା ୩୦ ବର୍ଷ ହିଁ ରହିବ ।

– ସେହିପରି କଳିକାଳରେ ଲୋକମାନେ ନଦୀ, ପୋଖରୀକୁ ତୀର୍ଥ ବୋଲି ମାନିବେ କିନ୍ତୁ ନିଜ ବାପା ମା’ଙ୍କୁ ନିନ୍ଦା କରିବେ ବୋଲି ମହାଭାରତରେ ଲେଖାଯାଇଛି । କେବଳ ପେଟ ଭରିବା ହିଁ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିବ ।

monsoon– କଳିଯୁଗରେ ଯେତେବେଳେ ବର୍ଷା ହେବନି ସେତେବେଳେ ମରୁଡି ପଡିବ । କେବେ ଅତ୍ୟଧିକ ଥଣ୍ଡା ପଡିବ ତ କେବେ ହେବ ଭିଷଣ ଗରମ । କେବେ ବନ୍ୟା ହେବ ତ କେବେ ହେବ ମରୁଡି । ଆଉ ଏହି ସବୁ ମଧ୍ୟରେ କେବଳ ମଣିଷ ହିଁ ହଇରାଣ ହେବ ଏବଂ ମରିବ ।

– ସେହିପରି କେବଳ ଦୁଇଟି ଲୋକଙ୍କ ମଧ୍ୟରେ ସାଲିସ୍ ହୋଇ ରହିଯିବ ବିବାହ । କେବଳ ସ୍ନାନ କରି ଭାବିବେ ସେମାନେ ଅନ୍ତରାତ୍ମାରୁ ପବିତ୍ର ହୋଇଯାଇଛନ୍ତି ।

– ସେହପରି କେବଳ ଲୋକଦେଖାଣିଆ ଏବଂ ସମାଜ ନଜରରେ ନିଜର ପ୍ରତିଛବି ଭଲ କରିବା ପାଇଁ ଧର୍ମ, କର୍ମ କରିବେ ଲୋକ । ସବୁଠାରୁ ଅଧିକ ଦର୍ନୀତିଗ୍ରସ୍ତ ଲୋକ ହିଁ କ୍ଷମତାରେ ରହିବେ । ଆଉ ସତ୍ତାର ଲୋଭରେ ପରସ୍ପରର ଜୀବନ ନେବେ ।

– ସେହପରି ଲୋକମାନେ ଘର ଛାଡି ପାହାଡରେ ରହିବା ପାଇଁ ବାଧ୍ୟ ହେବେ କଳିଯୁଗ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.