Below header

ବିଶ୍ବରେ ଭାରି ପଡିବ ଆଗାମୀ ୪୮ ଘଂଟା, ଦୁଇ ଦିନ ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍

ଆଗାମୀ ୪୮ ଘଂଟା କେବଳ ଦେଶ ଭାରତ ନୁହେଁ ପୁରା ବିଶ୍ବ ପାଇଁ ନେଇ ଆସୁଛି ବଡ଼ ବିପଦ । କାରଣ ଆଗାମୀ ୪୮ ଘଂଟା ଠପ୍ ହେବ ଇଣ୍ଟରନେଟ୍ । ଏହା ଦ୍ବାରା କେବଳ ବ୍ୟବସାୟରେ କ୍ଷତି ପହଂଚିବନି ବରଂ ଇଣ୍ଟରନେଟ୍ ସହ ଜଡିତ ସମସ୍ତ ସେବା ହେବ ବାଧାପ୍ରାପ୍ତ ।

no internetରିପୋର୍ଟ ଅନୁସାରେ, ମୁଖ୍ୟ ଡୋମେନ୍ ସର୍ଭରର ମେଣ୍ଟନାନ୍ସ କାରଣରୁ ଆଗାମୀ ୪୮ ଘଂଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ । ଏହି ଦାବି ଆଉ କେହି ନୁହେଁ ବରଂ ଋଷ କରିଛି । ଏହି ୪୮ ଘଂଟାରେ Internet Corporation For Assigned Names and Numbers ((ICANN) କାମ ଜାରି ରଖିବ । ଏହି ମେଣ୍ଟନାନ୍ସ ସମୟରେ କିପ୍ଟୋଗ୍ରାଫିକୁ ପରିବର୍ତ୍ତନ କରାଯିବ । ଯାହା ଦ୍ବାରା ଇଣ୍ଟରନେଟ୍ ସର୍ଭର ପୂର୍ବଠାରୁ ଅଧିକ ସୁରକ୍ଷିତ ରହିବ । ସାଇବର ଠକେଇ ଓ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଏପରି କରିବା ଜରୁରୀ ବୋଲି ସୂଚନା ମିଳିଛି । ତେଣୁ ଆସନ୍ତା ୪୮ ଘଂଟା ଉପଭୋକ୍ତା ୱେବ୍ ପେଜ୍ ଚଳାଇ ପାରିବେ ନାହିଁ । ଏହା ସହ ଅନଲାଇନ୍ ଟ୍ରାଞ୍ଜାକ୍ସନରେ ମଧ୍ୟ ଅସୁବିଧା ହେବ ।

ତେବେ ଏଭଳି କଥାକୁ ଅସ୍ବୀକାର କରିଛନ୍ତି ଭାରତୀୟ ସାଇବର ସୁରକ୍ଷା ବିଶେଷଜ୍ଞ । ନେସନାଲ ସାଇବର ସିକ୍ୟୁରିଟି କୋଅଡ଼ିନେଟର ଗୁଲଶନ ରାୟ କହିଛନ୍ତି, ସବୁ କିଛି ଠିକ୍ ଅଛି । ତେଣୁ ଇଣ୍ଟରନେଟ୍ ବନ୍ଦ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.