Below header

ସମୟ ପୂର୍ବରୁ ଦେଖାଯିବେ ବୁଢ଼ୀ, ଯଦି ଆପଣ ଏହି ୮ଟି ଅଭ୍ୟାସକୁ ନ ଛାଡ଼ିବେ

ବୟସ ବଢ଼ିଲେ, ଚେହେରାରେ ଅନେକ ପରିବର୍ତ୍ତନ ଆସିଥାଏ। କିନ୍ତୁ ଆଜିକାଲି ଏହି ଲକ୍ଷଣ କମ୍‌ ବୟସରେ ମଧ୍ୟ ଦେଖିବାକୁ ମିଳୁଛି, ଯାହାର ମୁଖ୍ୟ କାରଣ ହେଉଛି ଦିନୁ ଦିନ ବଢ଼ୁଥିବା ପ୍ରଦୂଷଣ। ଏହାସହିତ ଆପଣଙ୍କ ଦ୍ୱାରା ହେଉଥିବା କେତେକ ଭୁଲ୍‌ ଉପଯୋଗ ହିଁ ଆପଣଙ୍କୁ ସମୟ ପୂର୍ବରୁ ବୁଢ଼ୀ କରିଦେଇଥାଏ। ଆଜି ଆମେ ସେହି ସବୁ ଅଭ୍ୟାସ ବିଷୟରେ କହିବାକୁ ଯାଉଛି, ଯାହାକୁ ଆପଣାଇ ଆପଣ ବୁଢ଼ୀ ହେଉଛନ୍ତି।

-ଅତ୍ୟଧିକ ମାତ୍ରାରେ ଚିନି ଖାଇଲେ ଏହା ଚେହେରାରେ ଡାର୍କ ସର୍କଲ୍ସ, ଚର୍ମରେ କୁଞ୍ଚନ ଆଦିକୁ ପ୍ରଶୟ ଦେଇଥାଏ। ଏହା ଆଣ୍ଟି-ଏଜିଙ୍ଗ୍‌ ସମସ୍ୟାକୁ ଡାକିଆଣିଥାଏ।

-ଯଦି ଆପଣ ବାହାରକୁ ବାହାରିବା ପୂର୍ବରୁ ସନସ୍କ୍ରିନ୍‌ ଲୋଶନ ଲଗାଉନାହାନ୍ତି, ତା’ହେଲେ ସମୟ ପୂର୍ବରୁ ବୁଢ଼ୀ ଦେଖାଯିବେ। କାରଣ, ସୂଯ୍ୟର୍ଙ୍କ ଅତି ବାଇଗେଣୀ ରଶ୍ମୀ ସବୁ ଋତୁରେ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ।

water

ଏହାସହ ପଢ଼ନ୍ତୁ: ପୁଲ୍‌ରେ ଗାଧୋଉଥିଲେ ହୋଇଯାଆନ୍ତୁ ସାବଧାନ! ଶହ ଶହ ସଂଖ୍ୟାରେ ଥାଆନ୍ତି ମାଂସାଶୀ ଜୀବାଣୁ

-ତକିଆ ଜୀବାଣୁ, ମୃତ ତ୍ୱଚା ଏବଂ ଧୂଳିରେ ଭରପୂର ହୋଇଥାଏ। ଆଉ ଯେତେବେଳେ ଆପଣ ଏହା ଉପରେ ମୁଣ୍ଡ ଦେଇ ଶୁଅନ୍ତି, ଆପଣଙ୍କ ଚେହେରା ତକିଆରେ ଲାଗିଥାଏ, ଯାହା ଆଣ୍ଟି-ଏଜିଙ୍ଗ୍‌ର କାରଣ ବନିଥାଏ।

-ସମୟ ପୂର୍ବରୁ ବୁଢ଼ୀ ଦେଖାଯିବା ପଛରେ ଆଉ ଏକ ମୁଖ୍ୟ କାରଣ ହୋଇଥାଏ, ତାହା ହେଲା କମ୍‌ ପାଣି ପିଇବା। ଦିନରେ ଅତି କମରେ ୩ ଲିଟର ପାଣି ପିଇବା ଜରୁରୀ। ଏହାଦ୍ୱାରା ନା କେବଳ ଆଣ୍ଟି-ଏଜିଙ୍ଗ୍‌, ବରଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

-ଯଦି ଆପଣଙ୍କର ମଦ ପିଇବା ଅଭ୍ୟାସ ଥାଏ, ତା’ହେଲେ ଆଜି ହିଁ ଏହାକୁ ପରିତ୍ୟାଗ କରନ୍ତୁ।

sleep1

-ବିଶେଷଜ୍ଞଙ୍କ କହିବା ଅନୁସାରେ, ୭୦ ପ୍ରତିଶତ ମହିଳା ଆଣ୍ଟି-ଏଜିଙ୍ଗ୍‌ ସମସ୍ୟା ସହ ଜଡ଼ିତ ଥାଆନ୍ତି, ଯାହାର କାରଣ ଅସନ୍ତୁଳିତ ଆହାର। ଡାଏଟ୍‌ରେ ସ୍ୱାସ୍ଥ୍ୟକର ଖାଦ୍ୟ ସାମିଲ କରନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ।

-ରସର୍ଚ୍ଚରୁ ଜଣାପଡ଼ିଛି ଯେ ଶାନ୍ତିରେ ରହୁଥିବା ମହିଳାଙ୍କ ତୁଳନାରେ ଚାପଗ୍ରସ୍ତ ମହିଳାମାନେ ସମୟ ପୂର୍ବରୁ ବେଶି ବୁଢ଼ୀ ଲାଗିଥାଆନ୍ତି।

-ମେକଅପ୍‌ ତ୍ୱଚାର ଅକ୍ସିଜେନକୁ ରୋକି ଦେଇଥାଏ, ଯାହାକି ଆଣ୍ଟି-ଏଜିଙ୍ଗ୍‌ ଦାଗଗୁଡ଼ିକୁ ପ୍ରଶୟ ଦେଇଥାଏ। ରାତିରେ ତ୍ୱଚା ନିଶ୍ୱାସ ନେବା ପାଇଁ ଆପଣଙ୍କୁ ମେକଅପ୍‌ ଛଢ଼େଇ ଶୋଇବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.