୪୫ କିଲୋ ଓଜନ ଥିବା ପଥରର କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗ୍ରାମବାସୀ, କରିଲେ ପୂଜା

ହରିୟାଣାର ଭିୱାନୀ ଜିଲ୍ଲାରେ କିଛି ଦିନ ହେବ ଏକ ୪୫ କିଲୋ ଓଜନ ପଥରର କାର୍ଯ୍ୟ ଦେଖି ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ପରେ ପୂଜା କରିବା ପାଇଁ ଭିଡ ଲାଗିଛନ୍ତି। ଗାଁ ଲୋକମାନଙ୍କ କହିବା ଅନୁଯାୟୀ ପଥରଟି ଏତେ ଓଜନ ହୋଇଥିଲେ ମଧ୍ୟ ଏହା ପାଣିରେ ଭାସି ରହୁଛି। ଏହି ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ପରେ ଲୋକମାନେ ପୂଜା କରିବା ପାଇଁ ଭିଡ ଜମାଇଛନ୍ତି। ରିପୋର୍ଟ ଅନୁଯାୟୀ ଗତ କାଲି ସଂଧ୍ୟା ସମୟରେ ଅଜିତ ନିଜ କ୍ଷେତରେ ତାଙ୍କ ବାପାଙ୍କୁ ଚା ଦେବା ପାଇଁ ଯିବା ସମୟରେ ପାଖ କେନାଲରେ ଏକ ପଥର ଭାସୁଥିବାର ଦେଖିଥିଲେ। ଶେଷରେ ଗାଁର ସମସ୍ତ ଲୋକମାନଙ୍କ ନିକଟରେ ଏହି ଖବର ପହଞ୍ଚିଥିଲା। ଗାଁର ଆଖପାଖରେ ଥିବା ସମସ୍ତ କ୍ଷେତ ମଧ୍ୟରେ ଏହି ପଥର ରହସ୍ୟମୟ ପରିସ୍ଥିତି ସୃଷ୍ଟି କରିଛି। ଏହି ପଥର ଦେଖିବା ପାଇଁ ଅନେକ ଦୂରରୁ ମଧ୍ୟ ଲୋକମାନେ ଏଠାକୁ ଆସିଥାନ୍ତି। ଅନେକ ଲୋକମାନେ ଏହି ପଥରରୁ ଭଗବାନଙ୍କ ସ୍ବରୂପ ଭାବି ପୂଜା ମଧ୍ୟ କରୁଛନ୍ତି। ୪୪.୭୯୦ କିଲୋଗ୍ରାମ ଓଜନର ପଥର ପାଣିରେ ବୁଡିଯିବା ବଦଳରେ ଭାସି ରହୁଛି, ଯାହାକୁ ଗ୍ରାମବାସୀମାନେ ଭଗବାନ ଶିବଙ୍କ ସ୍ବରୂପ ଭାବି ପୂଜା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.