ପିଜା ଖାଇଲେ ଦୂର ହେବ ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗ, ରିସର୍ଚ୍ଚ ରୁ ମିଳିଲା ସୂଚନା

ପିଜା ଖାଇବା ଦ୍ୱାରା ଦୂରେଇ ଯାଇଥାଏ ଏହି ଗୁରୁତର ରୋଗ। କଣ ଆଶ୍ଚର୍ଯ୍ୟ ହୋଇଗଲେ କି ? କିନ୍ତୁ କଥା ଟା ସତ । ନିକଟରେ ହୋଇଥିବା ଅଧ୍ୟୟନରେ ଜଣା ପଡିଛି ଯେ ଯଦି ପିଜା ଭଲ ଜିନିଷ ବ୍ୟବହାର କରି ତିଆରି କରଯାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ରହିବ। ଏମିତିକି ରିମାଟଏଡ୍ ଆର୍ଥ୍ରାଇଟିସ୍ ସହିତ ଜଡିତ କିଛି ସମସ୍ୟା ହ୍ରାସ ପାଇବ।

ପିଜା ଖାଇବା ଦ୍ୱାରା ଦୂରେଇ ଯାଇଥାଏ ଏହି ଗୁରୁତର ରୋଗ। କଣ ଆଶ୍ଚର୍ଯ୍ୟ ହୋଇଗଲେ କି ? କିନ୍ତୁ କଥା ଟା ସତ । ନିକଟରେ ହୋଇଥିବା ଅଧ୍ୟୟନରେ ଜଣା ପଡିଛି ଯେ ଯଦି ପିଜା ଭଲ ଜିନିଷ ବ୍ୟବହାର କରି ତିଆରି କରଯାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ରହିବ। ଏମିତିକି ରିମାଟଏଡ୍ ଆର୍ଥ୍ରାଇଟିସ୍ ସହିତ ଜଡିତ କିଛି ସମସ୍ୟା ହ୍ରାସ ପାଇବ।

NHS ଅନୁଯାୟୀ ରିମାଟଏଡ୍ ଆର୍ଥ୍ରାଇଟିସ୍ ଏକ ଅଟୋମ୍ୟୁମ୍ୟୁନ ରୋଗ । ଏହି ରୋଗ ସେତେବେଳେ ଜଣେ ବ୍ୟକ୍ତିଙ୍କୁ ହୋଇଥାଏ ଯେତେବେଳେ ରୋଗ ପ୍ରତିରୋଧକ ପ୍ରଣାଳୀ ଦୁର୍ବଳ ହୋଇଯାଏ । ଯେଉଁ କାରଣରୁ ବିଭିନ୍ନ ଅଙ୍ଗ ଫୁଲିବା ଆରମ୍ଭ କରିଥାଏ। ରିମାଟଏଡ୍ ଆର୍ଥ୍ରାଇଟିସ ରୋଗରେ ପୀଡ଼ିତ ଲୋକ ଗଣ୍ଠିରେ ପ୍ରବଳ ଯନ୍ତ୍ରଣାର ସାମ୍ନା କରିଥାନ୍ତି।

ଇଟାଲୀର ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ସପ୍ତାହରେ ଥରେ ପିଜା ଖାଇବା ଉଚିତ। ଏହାଦ୍ୱାରା ରିମାଟଏଡ ଆର୍ଥ୍ରାଇଟିସ ଦ୍ୱାରା ହେଉଥିବା ଯନ୍ତ୍ରଣା ୮୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ। ଏହାର କାରଣ ହେଉଛି ପିଜା ପ୍ରସ୍ତୁତିରେ ବ୍ୟବହୃତ କେତେକ ଉପାଦାନରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ପିଜା ତିଆରିରେ ବ୍ୟବହୃତ ମୋଜାରେଲା ପନୀର ଏବଂ ଅଲିଭ୍ ତେଲ ସବୁଠାରୁ ଲାଭଦାୟକ ହୋଇଥାଏ ପୁଷ୍ଟିକର ଖାଦ୍ୟରେ ପ୍ରକାଶିତ ୧୮ ବର୍ଷରୁ ୬୫ ବର୍ଷ ବୟସ୍କ ୩୬୫ ଜଣ ଲୋକଙ୍କୁ ନେଇ ହୋଇଥିବା ଅଧ୍ୟୟନରେ ଅନ୍ତର୍ଭୂକ୍ତ କରାଯାଇଥିଲା। ଯେଉଁମାନେ ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ରହିଥିଲେ। ଯେଉଁମାନେ ସପ୍ତାହରେ ଥରେ କିମ୍ବା ଏହା ଠାରୁ ଅଧିକ ଥର ଅଧିକ ଅଧା ପିଜା ଖାଇଥିଲେ, ସେମାନେ ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ପାଇଥିବାର କହିଥିଲେ। ଗୁରୁତର ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗୀ ଯେଉଁମାନେ ସମାନ ପରିମାଣର ପିଜା ଖାଉଥିଲେ ସେମାନେ ମଧ୍ୟ ଯନ୍ତ୍ରଣା ୮୦% ହ୍ରାସ ପାଇଥିବା ନେଇ ଜଣାଇଥିଲେ।

ଏଥିପାଇଁ ଏକ ପରୀକ୍ଷା କରାଯାଇଥିଲା । ଅଧ୍ୟୟନରେ ୧୮ ବର୍ଷରୁ ୬୫ ବର୍ଷ ବୟସ୍କର ୩୬୫ ଜଣ ଲୋକଙ୍କୁ ଅନ୍ତର୍ଭୂକ୍ତ କରାଯାଇଥିଲା। ଯେଉଁମାନେ ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ରହିଥିଲେ ସେମାନେ ସପ୍ତାହରେ ଥରେ କିମ୍ବା ଏହା ଠାରୁ ଅଧିକ ଥର ପିଜା ଖାଇଥିଲେ, ସେମାନେ ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ପାଇଥିବାର କହିଥିଲେ। ଯନ୍ତ୍ରଣା ୮୦% ହ୍ରାସ ପାଇଥିବା ନେଇ ଜଣାଇଥିଲେ।