ଆନନ୍ଦପୁର : ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ

ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ପଞ୍ଚପୁଲି ଗାଁର ଡିହସାହିରେ କାଳନ୍ଦୀ ଦେହୁରୀଙ୍କ ୧୧ ବର୍ଷୀୟ ପୁଅର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।

ଆନନ୍ଦପୁର (କେନ୍ୟୁଜ): ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ପଞ୍ଚପୁଲି ଗାଁର ଡିହସାହିରେ କାଳନ୍ଦୀ ଦେହୁରୀଙ୍କ ୧୧ ବର୍ଷୀୟ ପୁଅ ସତ୍ୟର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ରାତିରେ ସତ୍ୟ ମାଙ୍କ ସହିତ ଘରେ ଶୋଇଥିବା ବେଳେ ତାକୁ ବିଷାକ୍ତ ସାପ କାମୁଡି ଦେଇଥିଲା। ଆଜି ସକାଳୁ ପରିବାର ଲୋକ ଜାଣିବା ପରେ ସତ୍ୟକୁ ଗୁଣିଆ ପାଖକୁ ବିଷ ଝାଡ଼ିବାକୁ ନେଇଥିଲେ। ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମେଡିକାଲ ଆଣିବା ପରେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ଯାହାକୁ ନେଇ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.