ବାସୁମତି ଚାଉଳ ରପ୍ତାନୀ ଉପରେ କେନ୍ଦ୍ର ସରକାର ଲଗାଇଲେ ପ୍ରତିବନ୍ଧକ

କେନ୍ଦ୍ର ସରକାର ବାସୁମତି ଚାଉଳ ରପ୍ତାନି ଉପରେ ଲଗାଇଛନ୍ତି ପ୍ରତିବନ୍ଧକ। ଉଷୁନା ଚାଉଳ ଉପରେ ୨୦% ଶୁଳ୍କ ଲଗାଇବାର ଗୋଟିଏ ଦିନ ପରେ ନିଆଯାଇଛି ଏହି ନିଷ୍ପତି। ଏମିତିରେ ଟନ୍ ପିଛା ୧୨୦୦ ଡଲାରରୁ କମ୍ ମୂଲ୍ୟରେ ହେଉଥିବା ରପ୍ତାନୀ ପ୍ରଭାବିତ ହେବ। ଗତ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୫ ମିଲିୟନ ଟନ୍ ଅତିରିକ୍ତ ଗହମ ଏବଂ ୨.୫ ମିଲିୟନ ଟନ୍ ଚାଉଳ ବଜାରକୁ ଛାଡ଼ିବେ ।

କେନ୍ଦ୍ର ସରକାର ବାସୁମତି ଚାଉଳ ରପ୍ତାନି ଉପରେ ଲଗାଇଛନ୍ତି ପ୍ରତିବନ୍ଧକ। ଉଷୁନା ଚାଉଳ ଉପରେ ୨୦% ଶୁଳ୍କ ଲଗାଇବାର ଗୋଟିଏ ଦିନ ପରେ ନିଆଯାଇଛି ଏହି ନିଷ୍ପତି। ଏମିତିରେ ଟନ୍ ପିଛା ୧୨୦୦ ଡଲାରରୁ କମ୍ ମୂଲ୍ୟରେ ହେଉଥିବା ରପ୍ତାନୀ ପ୍ରଭାବିତ ହେବ। ଗତ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୫ ମିଲିୟନ ଟନ୍ ଅତିରିକ୍ତ ଗହମ ଏବଂ ୨.୫ ମିଲିୟନ ଟନ୍ ଚାଉଳ ବଜାରକୁ ଛାଡ଼ିବେ । ଏହା ସହିତ ସରକାର ଚାଉଳର ଦାମ୍ କିଲୋପ୍ରତି ୩୧୨ ଟଙ୍କାରୁ ହ୍ରାସ କରି ୨୯ ଟଙ୍କା କରି ଦେଇଥିଲେ ।

ଏହା ପୁର୍ବରୁ କେନ୍ଦ୍ର ସରକାର ୨୦ ଜୁଲାଇରେ ଅଣ-ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଆଗକୁ ପାର୍ବଣ ଋତୁ ଥିବାରୁ ଏହାକୁ ଧ୍ୟାନରେ ରଖି ସରକାର ଏହି ନିଷ୍ପତି ନେଇଥିଲେ । ସେହିଭଳି ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସରକାର ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସୂଚନା ଅନୁସାରେ ଘରୋଇ ବଜାରରେ ଚାଉଳର ଦର କୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତି ନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.