କେଉଁଟା ବେଷ୍ଟ, ୧୫୦ ସିସିରେ Yamaha Fz ଭଲ ନା Tvs Apache RTR ଭଲ

୧୫୦ ସିସି ବାଇକ୍‌ ସେଗମେଣ୍ଟକୁ ଦେଶରେ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଏହି ସେଗମେଣ୍ଟରେ ଟିଭିଏସ୍‌ ପକ୍ଷରୁ ଆପାଚୀ ଆରଟିଆର ଏବଂ ୟାମାହା ପକ୍ଷରୁ ଏଫଜେଡକୁ ଅଫର କରାଯାଉଛି । ଆମେ ଏହି ଖବରରେ ଆପଣଙ୍କୁ ଜଣାଇବୁ ଯେ କେଉଁ ବାଇକକୁ କ୍ରୟ କରିବା ଆପଣଙ୍କ ପାଇଁ ଲାଭବାନ୍‌ ରହିବ ।

୧୫୦ ସିସି ବାଇକ୍‌ ସେଗମେଣ୍ଟକୁ ଦେଶରେ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଏହି ସେଗମେଣ୍ଟରେ ଟିଭିଏସ୍‌ ପକ୍ଷରୁ ଆପାଚୀ ଆରଟିଆର ଏବଂ ୟାମାହା ପକ୍ଷରୁ ଏଫଜେଡକୁ ଅଫର କରାଯାଉଛି । ଆମେ ଏହି ଖବରରେ ଆପଣଙ୍କୁ ଜଣାଇବୁ ଯେ କେଉଁ ବାଇକକୁ କ୍ରୟ କରିବା ଆପଣଙ୍କ ପାଇଁ ଲାଭବାନ୍‌ ରହିବ ।

ଟିଭିଏସ୍‌ ପକ୍ଷରୁ ଆପାଚୀ ଆରଟିଆରକୁ ୧୫୦ ସିସି ସେଗମେଣ୍ଟରେ ଅଫର କରାଯାଉଛି। ଆଉ ଏହି ସେଗମେଣ୍ଟରେ ୟାମାହା ପକ୍ଷରୁ ଏଫଜେଡକୁ ମଧ୍ୟ ଲଞ୍ଚ୍‌ କରାଯାଇଛି । ଟିଭିଏସ ଆପାଚୀ ଆରଟିଆରରେ ୧୫୯.୭ ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍‌ ଦିଆଯାଇଛି । ଯାହାଦ୍ୱାରା ବାଇକକୁ ୧୨.୯୧ କିଲୋଓ୍ଵାଟ୍‌ ପାଓ୍ଵାର ଏବଂ ୧୪.୭୩ ନ୍ୟୁଟନ୍‌ ମିଟରର ଟର୍କ ମିଳିଥାଏ । ଏଥିରେ ଅଏଲ କୁଲଡ୍‌ ଏବଂ ଫୁଏଲ ଇଞ୍ଜେକସନ୍‌ ଟେକନିକକୁ ମଧ୍ୟ ଦିଆଯାଇଛି । ସେହିପରି ୟାମାହା ପକ୍ଷରୁ ଏଫଜେଡରେ ୧୪୯ ସିସିର ଏୟାର କୁଲଡ୍‌ ଇଞ୍ଜିନ୍‌ ଦିଆଯାଇଛି । ଯାହାଦ୍ୱାରା ବାଇକକୁ ୧୨.୪ ପିଏସ ଏବଂ ୧୩.୩ ନ୍ୟୁଟନ୍‌ ମିଟରର ଟର୍କ ଜେନେରେଟ କରିଥାଏ । ଏଫଜେଡରେ ଫୁଏଲ ଇଞ୍ଜେକସନ୍‌ ଟେକନିକୁ ମଧ୍ୟ ଦିଆଯାଇଛି ।

ଫିଚର୍ସ

ଟିଭିଏସ ଆପାଚୀ ଆରଟିଆରରେ କମ୍ପାନୀ ରାଇଡିଙ୍ଗ ପାଇଁ ଅର୍ବାନ୍‌, ରେନ୍‌ ଏବଂ ସ୍ପୋର୍ଟ୍ସ ମୋଡ, ଆଡଜଷ୍ଟବେଲ ଲିଭର, ଏଲଇଡି ହେଡଲ୍ୟାମ୍ପ, ଏଲଇଡି ଡିଆରଏଲ, ଟ୍ୟୁବଲେସ ଟାୟାର, ଡ୍ରମ ଏବଂ ଡିସ୍କ ବ୍ରେକ, ୧୨ ଲିଟର ଫୁଏଲ ଟ୍ୟାଙ୍କ୍‌, ଡିଜିଟାଲ ସ୍ପିଡମିଟର, ଅଣ୍ଡର ସିଟ୍‌ ଷ୍ଟୋରେଜ, ବ୍ଲୁଟୁଥ୍‌ କନେକ୍ଟିଭିଟୀ ଏବଂ ଏବିଏସ ଆଦି ଫିଚର୍ସ ଦେଇଛି । ସେହିପରି ୟାମାହା ଏଫଜେଡରେ ସିଙ୍ଗଲ ଚ୍ୟାନେଲ ଏବିଏସ, ଡିସ୍କବ୍ରେକ, ଅଣ୍ଡର କାଉଲ, ଆଡଜଷ୍ଟବେଲ ମୋନୋକ୍ରସ ସସପେନସନ୍‌, ଫାଇଭ୍‌ ସ୍ପିଡ୍‌ ଗିୟରବକ୍ସ, ୧୩ ଲିଟର ପେଟ୍ରୋଲ ଟ୍ୟାଙ୍କ୍‌, ଡିଜିଟାଲ ମିଟର କନସୋଲ ଭଳି ଫିଚର୍ସ ଦିଆଯାଇଛି ।

ଦାମ୍‌

ଟିଭିଏସ ପକ୍ଷରୁ ଆପାଚୀ ଆରଟିଆରରେ ଡ୍ରମ, ଡିସ୍କ, ବିଟା ଡିସ୍କ ଏବଂ ସ୍ପେଶାଲ ଏଡିସନ୍‌ ଭ୍ୟାରିୟଣ୍ଟ ଅଫର କରାଯାଇଥାଏ । ଏହାର ପ୍ରାରମ୍ଭିକ ଦାମ୍‌ ୧.୨୪ ଲକ୍ଷ ଟଙ୍କା ରୁ ଆରମ୍ଭ ହୋଇ ୧.୩୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ । ସେହିପରି ୟାମାହା ଏଫଜେଡର ଏକ୍ସ ସୋରୁମ୍‌ ଦାମ୍‌ ୧.୧୬ ଲକ୍ଷ ଟଙ୍କା । ଏବେ ଆପଣ ବିଚାର କରନ୍ତୁ ଆପଣ କେଉଁ ବାଇକ୍‌ କିଣିବାକୁ ଚାହିଁବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.