Below header

କ୍ୟାନ୍ସର ହେବା ପୂର୍ବରୁ ଶରୀରରକୁ ଦେଇଥାଏ ଏହି ପାଞ୍ଚଟି ସଂକେତ, କଣ ଆପଣ ଏହାକୁ ଅଣଦେଖା କରୁଛନ୍ତି କି ?

କ୍ୟାନସର ରୋଗ ଆଜିର ଦୁନିଆରେ ବହୁତ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ଆମେ ଏହାକୁ ଠିକ୍ ସମୟରେ ଚିହ୍ନି ପାରନ୍ତି ନାହିଁ। ସେହିଭଳି ଦ୍ବିତୀୟ କାରଣ ହେଉଛି ଏହି ରୋଗ ହେଲେ ଆପଣ ବହୁତ ଖର୍ଚ୍ଚାନ୍ତର ଶିକାର ହୁଅନ୍ତି। ଏହି କାରଣରୁ ଅନେକ ଲୋକ ଚିକିତ୍ସା କରିନପାରି ମୃତ୍ୟୁବରଣ କରନ୍ତି। କିନ୍ତୁ ଯଦି ଆପଣଙ୍କୁ ଏହି ଗମ୍ଭୀର ରୋଗରୁ ରକ୍ଷା ପାଇବାର ଅଛି ତେବେ ଏହାର ପ୍ରାରମ୍ଭିକ ଷ୍ଟେଜରେ ହିଁ ଏହାକୁ ଜାଣିବା ଉଚିତ। ଆସନ୍ତୁ ଜାଣିବା କଣ ସେହି ଲକ୍ଷଣ ଯାହା ଉପରେ ଧ୍ୟାନ ଦେଇ ଆପଣ କ୍ୟାନସର ଭଳି ମାରାତ୍ମକ ରୋଗକୁ ରକ୍ଷା ପାଇପାରିବେ।

ଲଗାତର ନିଶ୍ବାସ ଫୁଲିବା

ଅନେକ ଥର ଏମିତି ହୋଇଥାଏ ଯେ ବିନା କୌଣସି ଥକ୍କାପଣ କିମ୍ବା ଅଳ୍ପ ଚାଲିଲେ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ। ଯଦି ଆପଣଙ୍କ ସହିତ ଏମିତି କିଛି ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରାନ୍ତୁ।

coldଭୋକ କମ୍ ଲାଗିବା

ଭୋକ ନ ଲାଗିବାର କାରଣ ସାଧାରଣତଃ ପାଚନ ତନ୍ତ୍ରର ଖରାପ ହେବାରେ ହୋଇଥାଏ। ଯଦି ଆପଣଙ୍କୁ ପଚନ ସମ୍ବଦ୍ଧୀୟ କୌଣସି ସମସ୍ୟା ରହିଛି ଏବଂ ଭୋକ ଲାଗୁନାହିଁ ତେବେ ଏହା କିଛି ଦିନ ମଧ୍ୟରେ ଠିକ୍ ହୋଇଯାଇଥାଏ। କିନ୍ତୁ ଯଦି ଆପଣଙ୍କ ସହିତ ଏହି ସମସ୍ୟା ଲମ୍ବା ସମୟ ଧରି ହେଉଛି ତେବେ ଜରୁରୀ ଯେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରାନ୍ତୁ। କାରଣ ଏହି ସମସ୍ୟା କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଗୋଟିଏ ହୋଇପାରେ।

ନିଶ୍ଚିତ ପଢ଼ନ୍ତୁ : ଏହି ୫ଟି ରୋଗକୁ ତୁରନ୍ତ ମାତ୍‌ ଦେଇଥାଏ ତୁଳସୀ, ଏମିତି କରନ୍ତୁ ସେବନ

ଲଗାତର ରକ୍ତ ବୋହିବା

ଆପଣଙ୍କର ଯଦି ଶୌଚ ରାସ୍ତାରେ କିମ୍ବା କାଶିବା ସମୟରେ ବ୍ଲିଡିଂ ହୁଏ ତେବେ ତୁରନ୍ତ ସାବଧାନ ହୋଇଯାନ୍ତୁ। ଏହି ସମୟରେ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ ତୁରନ୍ତ କୌଣସି ଡାକ୍ତରଙ୍କ ସହିତ ପରାମର୍ଶ କରାନ୍ତୁ। ସେଣିକି ଏହି ଲକ୍ଷଣ କ୍ୟାନସରର ହୋଇନଥାଉ କିନ୍ତୁ ଶରୀରରେ ଅନ୍ୟ କୌଣସି ରୋଗ,ର ସଂକେତ ହୋଇପାରେ।

ଘା’ ଶୀଘ୍ର ନ ଭଲ ହେବାଦ

ମଧୁମେହ ରୋଗୀଙ୍କ ସହିତ ଏମିତି ହୋଇଥାଏ ଯେ ଯଦି ତାଙ୍କ ଶରୀରରେ କୌଣସି ଘା‘ ହୋଇଯାଏ ତେବେ ତାହା ଶୀଘ୍ର ଠିକ୍ ହୋଇନଥାଏ। କିନ୍ତୁ ଯଦି ଆପଣଙ୍କର ସୁଗାର ନାହିଁ ଏବଂ ଆଘାତ ଲାଗିବା ଦ୍ବାରା ତାହା ଠିକ ହେଉନାହିଁ ତେବେ ଶୀଘ୍ର ଡାକ୍ତରଙ୍କୁ ଏହି ବିଷୟରେ ସୂଚନା ଦିଅନ୍ତୁ। କାରଣ ଏହି ଛୋଟ ଛୋଟ ଅଣଦେଖା ପର ମୂହୂର୍ତ୍ତରେ ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ।

ଏହାସହ ପଢ଼ନ୍ତୁ : ପାଦରେ ମଧ୍ୟ ହୋଇପାରେ ବୋନ୍‌ କ୍ୟାନସର, ଏହି ଲକ୍ଷଣକୁ ଆଦୌ ବି କରନ୍ତୁ ନାହିଁ ଅଣଦେଖା

 

ଅଧିକ ସମୟ ଧରି ଥଣ୍ଡା କାଶ ହେବା

ଋତୁ ପରିବର୍ତ୍ତନ କାରଣରୁ ଥଣ୍ଡା ମଧ୍ୟ ହୋଇଯାଏ ଏହା କୌଣସି ଗମ୍ଭୀର ସମସ୍ୟା ହୋଇ ନଥାଏ କିନ୍ତୁ ଯେତେବେଳେ ଏହା ତିନି ମାସରୁ ଅଧିକ ସମୟ ଧରି ଚାଲିଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଭେଟନ୍ତୁ।

କୌଣସି ବି ରୋଗ କିମ୍ବା ଅନ୍ୟ କିଛି ଲମ୍ବା ସମୟ ଧରି ଚାଲୁଥାଏ ଏବଂ ଠିକ ହେବାର ନାମ ଧରୁନଥାଏ ତେବେ ଏହାକୁ ଆଦୌ ବି ଅଣଦେଖା କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.