ପବିତ୍ର ଦଶହରା ପାଇଁ ଆରମ୍ଭ ହେଲା ମାଟି ଉଠା ପର୍ବ

କଟକ(କେନ୍ୟୁଜ୍): ପବିତ୍ର ଦଶହରା ପାଇଁ ଆରମ୍ଭ ହେଲା ମାଟି ଉଠା ପର୍ବ । ପବିତ୍ର ଜନ୍ମାଷ୍ଟମୀରେ ସିଲଭର ସିଟି କଟକରେ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମହାନଦୀ ଏବଂ କାଠଯୋଡି କୂଳରୁ ମାଟି ଉଠାଯାଇଛି । ଏଥିପାଇଁ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଘଣ୍ଟଘଣ୍ଟା, ମୃଦଙ୍ଗ ଏବଂ ଝାଞ୍ଜ ବଜାଇ କୀର୍ତ୍ତନ କରି ପୂଜା ମଣ୍ଡପରୁ ବାହାରଥିଲେ । ପରେ ନଦୀକୂଳରେ ପୂଜାର୍ଚ୍ଚନା କରିବା ପରେ ନଦୀରୁ ମାଟି ଉଠାଇଛନ୍ତି । ମାଟି ନେଇ ସଂକୀର୍ତ୍ତନ କରି ମାଟିକୁ ପୂଜା ମଣ୍ଡପରେ ରଖାଯାଇଛି । ଆଜିଠାରୁ କାରିଗରମାନେ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.