Below header

ଭୁଲରେ ମଧ୍ୟ ଭାଙ୍ଗନ୍ତୁ ନାହିଁ ଏହି ଆଇନ୍‌, ନଚେତ ଦେବାକୁ ପଡିବ ୧ କୋଟି ଟଙ୍କା ଜରିମାନା

ଏୟାରପୋର୍ଟ ହେଉ ଅବା ବିମାନ ମଧ୍ୟରେ ଅନେକ ଲୋକ କିଛି ଅଜବ ପ୍ରକାର କାରନାମା କରିବାକୁ ପଛାନ୍ତି ନାହିଁ। ଏମିତି କିଛି ଘଟଣା ଆପଣ ହୁଏତ ପୂର୍ବରୁ ଶୁଣିଥିବେ। କିନ୍ତୁ ଯଦି ଆପଣ ଏପରି କିଛି କରିବାକୁ ଇଚ୍ଛା ରଖିଥାନ୍ତି, ତେବେ ପୂର୍ବରୁ ସାବଧାନ ହୋଇଯାଆନ୍ତୁ। ବିମାନ ଅପହରଣ କିମ୍ବା ଏୟାରପୋର୍ଟରେ ବମ୍‌ ଥିବା ଗୁଜବ ଖବର ପ୍ରଚାର କରିବା ହେଉ ଅବା ବିମାନ ପରିଚାରିକାଙ୍କୁ ଅସଦାଚରଣ ଏବେ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। କେନ୍ଦ୍ର ସରକାର ଏହି ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି। ଯଦି ଆପଣ ଏହି ଆଇନ ଭାଙ୍ଗନ୍ତି ତେବେ ଆପଣଙ୍କୁ ୧ କୋଟି ଟଙ୍କା ଜୋରିମାନା ଦେବାକୁ ପଡିପାରେ। କେନ୍ଦ୍ର ସରକାର ଲୋକସଭାରେ ଏୟାରକ୍ରାଫ୍ଟ ଆକ୍ଟ ସଂଶୋଧନ ବିଲ୍‌ ପାସ୍‌ କରିଛନ୍ତି। ଏହି ବିଧେୟକ ଅଧିନରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ସିଭିଲି ଆଭିଏସନ ଆକ୍ଟର ଉଲ୍ଲଂଘନ କରିଲେ ୧ କୋଟି ଟଙ୍କା ଜୋରିମାନା ଦେବାକୁ ପଡିବ।

airport

ଏହା ପୂର୍ବରୁ ଏହି ଆକ୍ଟ ଅଧିନରେ ଭୁଲ୍‌ କରିଲେ ୧୦ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ କେନ୍ଦ୍ର ସରକାର ଏହି ଆଇନରେ ସଂଶୋଧନ କରି ଜୋରିମାନା ରାଶିକୁ ବଢାଇଦେଇଛନ୍ତି। ଏବେ ଏହି ଆଇନକୁ ଅବମାନନା କଲେ ୧୦ ଲକ୍ଷ ପରିବର୍ତ୍ତେ ୧ କୋଟି ଟଙ୍କା ଦେବାକୁ ପଡିବ। ପ୍ରଥମ ଥର ପାଇଁ ସିଭିଲି ଆଭିଏସନ ମନ୍ତ୍ରଣାଳୟ ଦେଶ ହିତରେ କୌଣସି କର୍ମସିଆଲ ଏୟାରକ୍ରାଫ୍ଟକୁ ଯାଞ୍ଚ କରିବାକୁ ଅଧିକାର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.